ସିଏମସି କାର୍ଯ୍ୟାଳୟରେ କର୍ପୋରେଟର ମାନଙ୍କ ହଙ୍ଗାମା

କଟକ,(ନାଗରାଜ ନ୍ୟୁଜ): କର୍ପୋରେଟରଙ୍କ ହୋ ହାଲା ରେ କମ୍ପିଲା କଟକ ମହାନଗର ନିଗମ । ସିଏମସି କମିଶନର ନିଖିଲ ପବନ କଲ୍ୟାଣ ଙ୍କ ନାଁ ରେ ସଙ୍ଗିନ ଅଭିଯୋଗ। କର୍ପୋରେଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ରେ ସିଏମସି ରେ ପଡିଲା ତାଲା । ସମସ୍ତ 59 ଟି ୱାର୍ଡ ର ସମସ୍ତ କର୍ପୋରେଟର ମେୟର ଓ କମିଶନର ଙ୍କୁ ତାଲା ପକାଇ ମୁଖ୍ୟ ଫାଟକ ଆଗରେ ଦେଲେ କମିଶନର ବିରୋଧି ନାରା। ସବୁ କର୍ପୋରେଟଙ୍କ ମୁହଁରେ ବିରୋଧ ଆଉ ଅସନ୍ତୋଷ ର ପ୍ରତିଛବି । ସହରର ଅନେକ ୱାର୍ଡ ରେ ଜେଇ ଙ୍କ ବଦଳି ନକରିବା ନେଇ କମିଶନର ଙ୍କୁ ଭେଟିବା ସମୟରେ କମିଶନର ଙ୍କର ସେମାନଙ୍କ ପ୍ରତି କଦର୍ଥ ଭାଷା ର୍ବ୍ୟବହାର ଏହି ଝଡ଼ ଉଠାଇ ଥିବା କହିଛନ୍ତି କର୍ପୋରେଟର । ଏହି ସଙ୍ଗିନ ପ୍ରସଙ୍ଗ ରେ ସମାଧାନ ପାଇଁ ମେୟର ସୁବାସ ସିଂ ମଧ୍ୟ କରିଥିଲେ ପ୍ରୟାସ। ହେଲେ ସବୁ ପ୍ରୟାସ ବିଫଳ ହୋଇଥିଲା। ସିଧାସଳଖ ଆସନ୍ତା କାଉନ୍ସିଲ ବୈଠକ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ସମସ୍ତ କର୍ପୋରେଟର।ଘଟିଥିବା ଘଟଣା କୁ ନେଇ କମିଶନର ଓ କର୍ପୋରେଟର ଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବା ପାଇଁ ମେୟର କରିଥିଲେ ଅକ୍ଲାନ୍ତ ପରିଶ୍ରମ। କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବୁଝାମଣା ହେଲା ବିଫଳ । ନିଜ ଜିଦ ରେ ଅଟଳ ରହିଥିଲେ ସମସ୍ତ କର୍ପୋରେଟର । କମିଶନର ମେୟର ଆପୋସ ବୁଝାମଣା ପାଇଁ ନିଜ କାର୍ଯ୍ୟାଳୟ ରୁ ବାହାରି ସିଏମସି ର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ କର୍ପୋରେଟର ମାନେ ସେମାନଙ୍କ କଥା କରିଥିଲେ ହୁଅଣଦେଖା। ତେବେ ଏହି ଘଟଣା କୁ ଅତି ଗୁରୁତର ସହ ନିଆଯାଇ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମେୟର ।

Leave a Reply

Your email address will not be published.