ପୋଲ ନିର୍ମାଣରେ ଠିକାଦାରଙ୍କ ମହା ଦୁର୍ନୀତି

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାର ପଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ତୁଳସୀ ଡୁଙ୍ଗୁରିଗ୍ରାମର ରାସ୍ତାରେ ଏକ ପୋଲ ନିର୍ମାଣ କାମରେ ମହା ଦୁର୍ନୀତି ଦେଖିବାକୁ ମିଳିଛି । ଉକ୍ତ ପୋଲ ନିର୍ମାଣ ପାଇଁ ମାଟିକୁ ଚାରି ଫୁଟ ଗଭୀର ଗାତ କରିବା କଥା ହେଲେ, ଦୁଇ ଫୁଟ ଗଭୀର ମଧ୍ୟ ଖୋଲା ଯାଇ ନାହିଁ । ସିମେଣ୍ଟ ଓ ବାଲିର ମିଶ୍ରଣ ଅନୁପାତ ନକହିଲେ ଭଲ । ପୁରା ପୁରି ନିମ୍ନ ମାନର କାମ ସାଙ୍ଗକୁ ବିନା ମିସ୍ତ୍ରୀରେ ଚାଲିଛି ନିର୍ମାଣ କାର୍ଯ୍ୟ । ଏହି ମହା ଦୁର୍ନୀତର ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

ପଟଣାଗଡ଼ରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.