କରୋନା କଟକଣାକୁ ଫୁ

ଢେଙ୍କାନାଳ: ରାଜ୍ୟରେ କରୋନା ମହାମାରୀ ଦୃତ ଗତିରେ ବଢି ଚାଲିଛି । ଦିନ ପ୍ରତିଦିନ ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତଥାପି କିଛି ଅମାନିଆ ମାନେ ଅଛନ୍ତି, ଯେଉଁମାନେକି କୋଭିଡ କଟକଣାକୁ ବେଖାତିର କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କରୋନା କଟକଣାକୁ ଉଲ୍ଲଘଂନ କରାଯାଇଥିବାର ଦୃଶ୍ଯ ଦେଖିବାକୁ ମିଳିଛି । ଟିକା ଦାନ କରାଯାଉଥିବା ସମୟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ଦେଖିବାକୁ ମିଳିନାହିଁ । ତତସହିତ ଥାନା ଅଧିକାରୀଙ୍କ ବାରଣ ସତ୍ତ୍ଵେ ଦେଓଗାଁ ପଞ୍ଚାୟତରେ ହାଟ ବସିଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି ।

Leave a Reply

Your email address will not be published.