କଟକ ମଧୂସୁଦନ ସେତୁ ତଳୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର

କଟକ,( ନାଗରାଜ ନ୍ୟୁଜ): ଦୀର୍ଘଦିନ ସମୟର ଲୁଚକାଳି ପରେ ପଡିଲା ପୂର୍ଣ୍ଣଛେଦ । ଶେଷରେ କଟକ ମଧୂସୁଦନ ସେତୁ ତଳୁ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଦୀର୍ଘ ୫ଘଣ୍ଟାର ଅପରେସନ ପରେ ସ୍ଵତନ୍ତ୍ର ଟିମ ତିନିଟି ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଅବସ୍ଥାରେ ଘଡିଆଳକୁ ଉଦ୍ଧାର କରାଯାଇ ପୁଣି ମହାନଦୀରେ ଛଡାଯାଉଛି । ଏହି କାର୍ଯ୍ୟରେ ୫ ଟି ଫରେଷ୍ଟ ଡିଭିଜନ କଟକ ସିଟି, କଟକ, ଆଠଗଡ଼, ଚନ୍ଦକା ଏବଂ ନନ୍ଦନ କାନନ ର ୪୦ରୁ ୪୫ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

Leave a Reply

Your email address will not be published.