ଦେଵୀ ଗଡଚଣ୍ଡିଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଭୀମପୁର ଗ୍ରାମରେ ଅ।ରାଧ୍ୟ ଦେଵୀ ଗଡଚଣ୍ଡିଙ୍କ ପାଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଏଥିପାଇଁ ମହାବିର୍ଷ୍ନୁବ ସଂକ୍ରାନ୍ତି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଗଡଚଣ୍ଡିଙ୍କ ପାଖରେ । ମାନସିକଧାରୀ ମାନେ ଏଥିରେ ବ୍ରତୀ ହେବା ପାଇଁ ଏକମାସ ପୂର୍ବରୁ ଅତି ନିଷ୍ଠାର ସହିତ ରହିଥାନ୍ତି । ମାସର ପ୍ରତ୍ୟେକ ଦିନ ହବିଷ।ନ୍ନ ଭୋଜନ କରିବା ସହିତ ମଙ୍ଗଳବାର ଦିନ ଠାକୁରାଣୀଙ୍କ ପାଖରେ କଣ୍ଟାପୂଜା କରିଥାନ୍ତି । ବିଶେଷକରି ମାନସିକଧାରୀ ମାନେ ମାସଯାକ ପରିବାର ଠାରୁ ଅଲଗା ହୋଇ ରହିଥାନ୍ତି । ମହାବିର୍ଷ୍ଣୁବ ସଂକ୍ରାନ୍ତି ଦିନ ମାନସିକଧାରୀ ମାନେ ସକାଳୁ ଠାକୁରାଣୀ ଙ୍କ ପାଖରେ ଗୁହାରି ପଡିଥାନ୍ତି । ଠାକୁରାଣୀଙ୍କ ରୀତିନିତି ସଂପୂର୍ଣ୍ଣ ହେବା ପରେ କାଳିସି ମାନେ ଠାକୁରାଣୀଙ୍କ ଅଜ୍ଞାମାଳ ଅ।ଣି ନିକଟସ୍ଥ ପୋଖରୀକୁ ଯାଇଥାନ୍ତି । ସେଠାରେ ମାନସିକଧାରୀ ମାନଙ୍କ ପିଠିରେ କଣ୍ଟା ଫୋଡିଥାନ୍ତି କାଳିସି ମାନେ । ଏହାପରେ ଶୋଭାଯାତ୍ରା ରେ ମାନସିକଧାରୀଙ୍କ ସହିତ କାଳିସୀ ମାନେ ଅ।ସି ଖାଇରେ ପ୍ରଥମେ ବୁଲିବା ପରେ ମାନସିକଧାରୀ ମାନେ ତିରିଶି ଫୁଟ ଉପରେ ଖାଇରେ ବୁଲିଥାନ୍ତି । ପିଠିର ଚମଡା ରେ କଣ୍ଟା ଫୋଦା ଯାଇଥିବା ବେଳେ କତା ରଶି ରେ ଖାଇ ଉପରେ ଝୁଲି ରହିଥାନ୍ତି ମାନସିକଧାରୀ । ପ୍ରଥମେ କାଳିସି ଖାଇରେ ବୁଲିବା ପରେ ମାନସିକଧାରୀ ମାନେ ଖାଇ ରେ ବୁଲନ୍ତି । ଏହି ସମୟରେ ଶ୍ରଦ୍ଧାଳୁ ମାନେ ସେମାନଙ୍କ ପିଲା ମାନଙ୍କୁ ମା ଙ୍କ କରୁଣା ଲାଭ ପାଇବା ପାଇଁ ମାନସିକଧାରୀ କାଳିସୀଙ୍କ ହାତରେ ନିଜ ପିଲା ମାନଙ୍କୁ ଦେଇ ସେମାନଙ୍କ ଅ।ର୍ଶିବାଦ କାମନା କରିଥାନ୍ତି । ବିଶ୍ଵାସ ଅଛି ଏହି ଖାଇରେ ବୁଲିଲେ ମନସ୍କାମନା ପୂରଣ ହେବା ସହିତ ସମସ୍ତଙ୍କ ମଙ୍ଗଳ ହୋଇଥାଏ ବୋଲି ବିଶ୍ଵାସ ରହିଅ।ସିଛି।

ଏହି ପରଂପରା ବହୁ ପୁରାତନ କାଳରୁ ରହିଅ।ସିଛି । ମାଙ୍କ ପାଖରେ ନିଜକୁ ସମର୍ପି ଦେଉଥିବାରୁ କଣ୍ଟା ଦେହରେ ଫୋଡି ହୋଇଥିଲେ ମଧ୍ୟ ମାନସିକଧାରୀଙ୍କର କୈାଣସିକ୍ କ୍ଷତି ହୋଇନଥାଏ । ଏଠାରେ ମାନସ ମନାସିଲେ ମନସ୍କାମନା ପୂରଣ ହୋଇଥାଏ । ବିଶେଷକରି ନିଃସନ୍ତାନ ଥିବା ମହିଳା ମାନେ ଏଠାରେ ଗୁହାରି ପଡିଲେ ସନ୍ତାନ ଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଥିବା ବେଳେ ଖାଇରେ ମାନସିକଧାରୀ ପାଟୁଅ। ବୁଲୁଥିବା ସମୟରେ ପିଲା ମାନଙ୍କୁ ସ୍ପର୍ଶ କଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହି ଅ।ସିଛି । ଖାଇ ରେ ବୁଲିବା ସମୟରେ କାଳିସି ମାନଙ୍କ ଦ୍ଵାରା ଫିଙ୍ଗା ଯାଉଥିବା ଖଜୁରୀ କୋଳି ଓ ଅ।ମ୍ଵ କୁ ଖାଇଲେ ନିଃସନ୍ତାନ ସନ୍ତାନ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ଵାସ ରହି ଅ।ସିଛି

Leave a Reply

Your email address will not be published.