କଟକରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ, (ନାଗରାଜ ନ୍ୟୁଜ): ହଜାର ବର୍ଷ ପୁରାତନ ନେତାଜୀଙ୍କର ଜନ୍ମସ୍ଥାନ କଟକ ସହରରେ ଭାରତର ମୁକ୍ତି ସଂଗ୍ରାମର ଯୋଦ୍ଧା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ କୋଭିଡ କଟକଣା ମଧ୍ୟରେ ଆଜି ପାଳିତ ହୋଇଯାଇଛି । କୋଭିଡ ଯୋଗୁଁ ଗତବର୍ଷ ଭଳି ଚଳିତବର୍ଷ ନେତାଜୀ ଜୟନ୍ତୀ ସମାରୋହ ଫିକା ପଡ଼ିଛି । ନେତାଜୀ ସଂଗ୍ରାଳୟକୁ କଟକଣା ଯୋଗୁଁ ସାଧାରଣ ଦର୍ଶନ ଲାଗି ବନ୍ଦ ରଖାଯାଇଛି । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରାଳୟଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ନେତାଜୀଙ୍କର ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ମହାନ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ଓଡ଼ିଆ ଭାଷା କଳା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀଙ୍କର ଜୀବନକୁ ଆଧାର କରି ମୃଣ୍ମୟ ମୂର୍ତ୍ତି ପ୍ରଦର୍ଶିତ କରାଯାଇଛି । ଆଜି ନେତାଜୀ ଜନ୍ମ ସ୍ଥାନ ସଂଗ୍ରାଳୟଠାରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ଏବଂ ପର୍ୟ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏବଂ ସରକାରଙ୍କର ବିଭିନ୍ନ ବିଭାଗର ବହୁ ବିଶିଷ୍ଟ ପଦାଧିକାରୀମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

କଟକ ବାରବାଟି ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହା ବ୍ୟତୀତ ବିଭିନ୍ନ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ନେତାଜୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି । ଭାରତୀୟ ଜନତା ପାଟି ପକ୍ଷରୁ ନଗର ସଭାପତି ଲଲାଟେନ୍ଦୁ ବଡୁ, ମହିଳା ନେତ୍ରୀ ଶ୍ରୁତି ପଟ୍ଟନାୟକ ,ରଶ୍ମିରେଖା ଦାସ ଓ ବିଶ୍ବରଂଜନ ମିଶ୍ର ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପ୍ରତିବର୍ଷ ଭଳି ଚଳିତବର୍ଷ ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବ୍ଲଡ ଡୋନର କାଉନସିଲ୍ ପକ୍ଷୁରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୦ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ମହାନଗର ନାଗରିକ ମଞ୍ଚ ପକ୍ଷରୁ କଲେଜ ଛକ ଠାରେ ଅବସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରମିକ ନେତା ବିଶ୍ୱାବସୁ ଦାସ ଓ ଖଗେଶ୍ବର ସେଠୀ ପ୍ରମୁଖ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିଭଳି ନେତାଜୀ ପାଠ ପଢୁଥିବା ରେଭେନ୍ସା କଲିଜିଏଟ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳନ କରାଯାଇଛି ।

Leave a Reply

Your email address will not be published.