ଡକାୟତି ଗାଙ୍ଗକୁ ଗିରଫ କଲା କଟକ ଚୌଦ୍ୱାର ଥାନା ପୋଲିସ

କଟକ, (ଭରତ ମହାରଣା): କଟକ ଚୌଦ୍ୱାର ଥାନା ପୋଲିସ ଚାରିଜଣିଆ ଡକାୟତ ଗାଙ୍ଗକୁ ଗିରଫ କରିଛି । ସେମାନଙ୍କ ଠାରୁ ୧୬୫ ଗ୍ରାମର ସୁନା ଗହଣା ସହ ଦୁଇଟି ଲାପଟପ ଓ ଦୁଇ ଚକିଆ ଯାନ ଏବଂ କଟର ଜବତ କରିଛି । ଗତ ମାସ ୨୮ ତାରିଖରେ ଚୌଦ୍ୱାର ଚାରିବାଟିଆ ଠାରେ ଘଟିଥିବା ଏକ ଡକାୟତି ମାମଲାର ତଦନ୍ତ କରୁଥିବା ଚୌଦ୍ୱାର ଥାନା ପୋଲିସ ଏହି ଜ୍ଞାଙ୍ଗକୁ ଠାବ କରିଥିଲା। କଟକ ରାଣୀହାଟ ବାସିନ୍ଦା କୁଖ୍ୟାତ ଅପରାଧି ଚିକୁ ଓରଫ ଅନୀଲ ବେହେରା ଏହି ଜ୍ଞାଙ୍ଗ ଲିଡ଼ର ଥିଲା ।

ଚିକୁ ନାଁରେ କଟକର ବିଭିନ୍ନ ଥାନାରେ ୧୩ଟି ମାମଲା ରହିଥିବା ବେଳେ ୨୦୨୦ରେ ଚିକୁକୁ ପୋଲିସ ଏନକାଉଣ୍ଟର କରିଥିଲା । ତେବେ ଚିକୁ ନିଜ ସହଯୋଗୀଙ୍କ ଜରିଆରେ ପ୍ରଥମେ ଲୁଟ କରିବାକୁ ଥିବା ଘରକୁ ନଜର ରଖୁଥିଲା ଏବଂ ସୁଯୋଗ ନେଇ ଡକାୟତି କରୁଥିବା ନେଇ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସର ଅତିରିକ୍ତ ଡିସିପି ପ୍ରମୋଦ ରଥ ।

Leave a Reply

Your email address will not be published.