କଟକ ମହାନଗର ନିଗମ ନିର୍ବାଚନ ଭୋଟିଂ ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ

କଟକ, (ନାଗରାଜ ନ୍ୟୁଜ): କଟକ ମହାନଗର ନିଗମ ନିର୍ବାଚନ ଭୋଟିଂ ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ । ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସାରିବା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସବୁ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ୧୦୦ ଜଣ ଅଧିକାରୀ ମୁତୟନ ହେବେ । ସିଏମସି ଅଞ୍ଚଳରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ସେଠି ଅଧିକ ଫୋର୍ସ ମୁତୟନ ହେବେ । ଅବାଧ ଓ ମୁକ୍ତ ନିର୍ବାଚନ କରିବା ହେଉଛି କମିଶନରେଟ ପୋଲିସର ଲକ୍ଷ୍ୟ। ବୁଥ ବାହାରେ ଭୋଟରଙ୍କୁ ପ୍ରଭାବିତ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

Leave a Reply

Your email address will not be published.