କଟକ ବଡ଼ ମେଡିକାଲ ହେବ ଦଲାଲ ମୁକ୍ତ

କଟକ,(ନାଗରାଜ ନ୍ୟୁଜ): କଟକ ବଡ଼ ମେଡିକାଲ ହେବ ଦଲାଲ ମୁକ୍ତ। ଏନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦେଶ । ତେବେ ବିଭାଗୀୟ ନିର୍ଦ୍ଧେଶ ଆଧାର ରେ ଏସିବି ପକ୍ଷରୁ ଗଠନ ହୋଇଛି ଏକ ସ୍ୱତନ୍ତ୍ର ଅନ୍ତରିଣ ଟିମ। ଯେଉଁ ଟିମ ମେଡିକାଲ ସବୁ ବିଭାଗ ଉପରେ ନଜର ରଖିବ। ବିଶେଷକରି ମେଡିସନ ଓ କାଜୁଆଲଟି ଓ ଅନ୍ୟାନ୍ୟ ବିଭାଗ ଯେଉଁଠାରେ ଅଧିକ ସଂଖ୍ୟକ ରୋଗୀ ଭର୍ତି ହୋଇଥାନ୍ତି। ଯେଉଁଟି ବି ଦଲାଲ ରୋଗୀ ମାନଙ୍କ ସହ ଅଭିଯୋଗ ଆସିବ କିମ୍ବା ନଜର ରେ ଆସିବ ସେଠାରେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏହାସହ ପୋଲିସ ର ମଧ୍ୟ ସହାୟତା ଲୋଡିବ ଏସିବି ବଡ଼ ମେଡିକାଲ। ତେବେ ରାଜ୍ୟର ମେଡିକାଲ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏସିବିରେ କଦାପି ଦଲାଲ ମାନଙ୍କୁ ପ୍ରୋତ୍ସାହନ ଦିଆଜିବନି। ଆଉ ଯଦି କୌଣସି ବ୍ୟକ୍ତି ଦଲାଲ କବଳ ରେ ପଡ଼ନ୍ତି ତେବେ ସଙ୍ଗେସଙ୍ଗେ ସୁପରଟେଣ୍ଡ ଅଫିସରେ ଅଭିଯୋଗ ଦାୟର କରିବାକୁ କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ।

Leave a Reply

Your email address will not be published.