ଆଇପିଏସ୍ ଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କଲେ ସାଇବର ଠକ

କଟକ, (ନାଗରାଜ ନ୍ୟୁଜ): ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଗାଏବ ହୋଇଛି । ସାଇବର ଠକ ଠକି ନେଇଥିବା ସନ୍ଦେହ କରାଯାଉଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ନିକଟରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଫୋନକୁ ଏକ ଅଜଣା ଲିଙ୍କ୍ ଆସିଥିଲା । ଏହା ଉପରେ କ୍ଲିକ୍ କରିବା ପରେ ସଙ୍ଗେ ସଙ୍ଗେ ଟଙ୍କା କଟିଯାଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ କଟକ ସାଇବର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published.