ଦେଶୀ ମଦ ଭାଟି ମାଲିକର ଦାଦାଗିରି,ଭାଟିରୁ ମଦ ନେଇ ବିକ୍ରୀ ନକଲେ ସ୍ତ୍ରୀକୁ ଉଠାଇ ନେବାକୁ ଧମକ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ଦେଶୀମଦଭାଟିମାଲିକର ଦାଦାଗିରି ଦିନକୁଦିନ ବଢ଼ିବାରେ ଲାଗିଛି। ପୋଲିସ ଏବଂ ଅବକାରୀ ବିଭାଗ ର ଆଖିରେ ଆଙ୍ଗୁଳି ଗେଞ୍ଜି ଏପରି ଦାଦାଗିରି କରୁଥିଲେ ମଧ୍ୟ ବିଭାଗ ନିଦାବିଷ୍ଣୁ ସାଜିଥିବା ରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଭାଟି ମାଲିକ ଏବଂ ତାର ବିହାରିଗୁଣ୍ଡାମାନେ ଗାଁ ଗାଁ ବୁଲି ଦୋକାନମାନଙ୍କରେ ଭାଟିର ଦେଶୀମଦପାଉଚ ବିକ୍ରୀ କରିବାକୁ ବାଧ୍ୟ କରୁଛନ୍ତି,କେହି ଏହା ର‌ ପ୍ରତିବାଦ କଲେ ‌ବୀଭିନ୍ନ ପ୍ରକାର ଧମକ ଚମକ ଦିଆଯିଉଛି।ଏମିତି ଏକ ଘଟଣା ଗତ ୬ ତାରିଖ ଦିନ‌କନ୍ଦେଇମୁଣ୍ଡା‌ ଗ୍ରାମରେ ଦେଖିବାକୁ ମିଳିଛି। ଘଟଣା ରୁ ଜଣାଯାଇଛି ଯେ, ରାଜଗାଙ୍ଗପୁର ଦେଶୀ ମଦ ଭାଟିର କିଛି ଗୁଣ୍ଡା ଶ୍ରେଣୀ ର‌ ବିହାର‌ ଲୋକ ଗୋଟିଏ ମଟରସାଇକେଲରେ ଅଖାବସ୍ତାରେ ଦେଶୀମଦପାଉଚ ନେଇ ଜୈନେକ ଦୋକାନକୂଯାଇ ତାଙ୍କ ପାଖରୁ ମଦପାଉଚନେଇ ବିକ୍ରୀ କରିବାକୁ ବାଧ୍ୟ କରିଥିଲେ।ସମପୃକ୍ତ ଦୋକାନୀ ମଦନେବାକୁ ମନାକରିବାରୁ ବିହାରୀ ଗୁଣ୍ଡା ମାନେ ଧମକଚମକଦେବାସହିତ ଦୋକାନୀ ର ସ୍ତ୍ରୀ କୁ ଉଠାଇ ନେଇଯିବାକୁ ଧମକ ଦେଇଥିଲେ। ପରେ ପାଟିତୁଣ୍ଡ ଶୁଣି ଗ୍ରାମର କିଛି ଲୋକ ରୁଣ୍ଡ ହୋଇଥିବାରୁ ଗାଡ଼ି ଏବଂ ମଦପାଉଚ ଛାଡି ବିହାରୀ ଗୁଣ୍ଡା ମାନେ ଦୈଡି ପଲାଇ ଯାଇଥିଲେ ।ଗ୍ରାମବିସୀ ଶେଷରେ ଗାଡ଼ି ଏବଂ ମଦପାଉଚ ସବୁକୁ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଜିମାଦେଇଥିଲେ।ପରଦିନ ରାଜଗାଙ୍ଗପୁର ଅବକାରୀ ବିଭାଗ ର ଜଣେ‌ ଅଧିକାରୀ ‌ମଦପାଉଚ ଏବଂ ଗାଡ଼ି କୁ ଶିଘ୍ର ଛାଡି ଦିଅ,ଆଉ ଥରେ ଯଦି ଭିଟିମାଲିକ ଏମିତି କିଛି କହିଲେ ତମେ ରେକଡ୍ ‌କରି ଆମକୁ ଖବରଦେବ‌ ବୋଲି କହିଥିଲେ। ଅବକାରୀ ବିଭାଗ ର ଏପରି କଥା ଶୁଣି ସ୍ଥାନୀୟ ସରପଞ୍ଚ ମହାଶୟ ଗାଡ଼ି ଏବଂ ମଦପାଉଚକକୁ‌ ବିହାରୀ ଗୁଣ୍ଡା ମାନଙ୍କୁ ଦେଇ ଦେଇ ଥିଲେ ।

ଏଠାରେ ପ୍ରଶ୍ନ ଉଠେ ଯେ, କେଉଁ ଆଇନ ବଳରେ ଭାଟିମାଲିକ ଜଣେ ଲୋକକୁବାଧ୍ୟ ବାଧକତାରେ‌ଭାଟିର ମଦପାଉଚ ବିକ୍ରୀ କରିବାକୁ କହୁଛି, ଏବଂ ମଦବିକ୍ରୀ ନ କଲେ ସ୍ତ୍ରୀକୁ ଉଠାଇ ନେଇ ଯିବ? ଏ ସବୁ ଜାଣି ମଧ୍ୟ ଅବକାରୀ ବିଭାଗ ମଦଭାଟିମାଲିକ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ଓଲଟା ଗାଡ଼ି ଏବଂ ମଦପାଉଚ ଛାଡି ଦେବାକୁ ତାଗିଦ୍ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଆମପ୍ରତିନୀଧି ଦଶରଥ ପୋଡ଼ ସଂପୃକ୍ତ ଦୋକାନୀ ଙ୍କୂ ଭେଟି ଘଟଣା ସମ୍ପର୍କରେ ପଚାରିବାରୁ ସେ ଉପରୋକ୍ତ ଘଟଣା ସବୁ କରିଥିଲେ।ପରେ ଆମ ପ୍ରତିନିଧି ପୁଣି ଭାଟିମାଲିକୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କେହି ଜଣେ ହୀନ୍ଦୀ ରେ (ମେ କାନ୍ସବାହାଲମେ ହୁଁ,ଆପ ମାଟିରେ ଆଜାନା ।) ଏମିତି କହିଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ,ଯଦି ଭାଟିମାଲିକ କୈାଣସି ଭୁଲ କରିନାହିଁ, ତାହେଲେ ଭାଟିମାଲିକ‌ ଆମପ୍ରତିନୀଧି ଙ୍କୁ ଭାଟିକୁ କାହିଁକି ଡାକୁଥିଲେ? । ଏତେ ସବୁ ଘଟଣା ପୋଲିସ ଏବଂ ଅବକାରୀ ବିଭାଗ ର ଆଖି ଆଗରେ ଘଟୁଥିଲେ ମଧ୍ୟ କାହିଁକି କୈାଣସି ପଦକ୍ଷେପ ନିଆଯିଉନୀ ତାହାହିଁ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.