ଡାଲମିଆ ମ୍ୟାନେଜମେଣ୍ଟକୁ ଦାବିପତ୍ର ପ୍ରଦାନ

ରାଜଗାଙ୍ଗପୁର: ଭାରତରେ କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରୁଛି, ଏବଂ ତୃତୀୟ ଲହର ଆସିବ ବୋଲି ବୈଜ୍ଞାନିକ ମାନେ କହିସାରିଛନ୍ତି । ଏବେ ଦେଶର ସବୁ ସ୍ଥାନରେ ଅକ୍ସିଜେନରର ଘୋର ଅଭାବ ଦେଖାଯାଉଛି । ଏହାକୁ ଆଖିଆଗରେ ରଖି ଓସିଏଲ କର୍ମଚାରୀ ସଂଘ ଡାଲମିଆ ମ୍ୟାନେଜମେଣ୍ଟକୁ ରାଜଗାଙ୍ଗପୁରରେ ଏକ ଅକ୍ସିଜେନ ପ୍ଳାଣ୍ଟ ଲଗାଇବା ପାଇଁ ଅନୁରୋଧ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏକ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରିବା ପରେ ଇଡି ଗଣେସ ଜି ଏବଂ ସୁନିଲ ଗୁପ୍ତା ଅକ୍ସିଜେନ ପ୍ଳାଣ୍ଟ ବସାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହିତ କିଛି ଅକ୍ସିଜେନ ସିଲିଣ୍ଡର ମଧ୍ୟ ସରକାରଙ୍କୁ ଦିଆଯାଇଛି । ଏଥିସହ ୧ ହଜାର ସିଲିଣ୍ଡର କିଣିବା ପାଇଁ ଅର୍ଡର ଦିଆଯାଇଛି । ରାଜଗାଙ୍ଗପୁର ପହଞ୍ଚିଲା ପରେ ତାହା ମଧ୍ୟ ସରକାରଙ୍କୁ ଦିଆଯିବ । ତାହା ସହିତ ଏକ କୋଭିଡ ହସ୍ପିଟାଲ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି, କୋଭିଡ ମେଡିକାଲ କରିବା ପାଇଁ ଯାହା ଆବଶ୍ୟକ, ତାହା ଡାଲମିଆ ପ୍ରଦାନ କରିବ ଯଦି ସରକାର ସ୍ୱୀକୃତି ପ୍ରଦାନ କରିବେ ତାହାଲେ ନିଶ୍ଚିତ ଭାବରେ କୋଭିଡ ହସ୍ପିଟାଲ ସମ୍ଭବ ହୋଇପାରିବ ବୋଲି ଇଡି କହିଛନ୍ତି ।

Leave a Reply

Your email address will not be published.