କରୋନା ହେତୁ ଘରେ କଲେ ଦାଣ୍ଡିଆ ନୃତ୍ୟ ପରିବେଷଣ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଭୂବନେଶ୍ୱର ସ୍ଥିତ ଓଲଡ଼ଟାଉନ କେଦାର ଲେନରେ ଗୁଜୁରାଟୀ ସମ୍ପ୍ରଦାୟର ଲୋକମାନେ ପ୍ରତି ଦୁର୍ଗାପୂଜା ସମୟରେ ଜଗତଜନନୀ ଦୁର୍ଗତି ନାସିନୀ ମହିଷା ମର୍ଦ୍ଧିନୀ ମା’ ଦୁର୍ଗାଙ୍କ ପୂଜା ବହୁ ଆଡମ୍ବରରେ କରିଥାନ୍ତି । ବିଶେଷ କରି ସେହି ସମୟରେ ଦାଣ୍ଡିଆ ନୃତ୍ୟ ଅତି ଆକର୍ଷଣୀୟ ହୋଇଥାଏ । ଦୁଇ ବର୍ଷ ଧରି କରୋନା ମହାମାରୀ ଛଡାଇ ନେଇଛି ପୂଜା ମହୋଲର । ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଗୁଜୁରାଟୀ ସମ୍ପ୍ରଦାୟର ଲୋକମାନେ ନିଜ ଘର ଭିତରେ ନିରାଡ଼ମ୍ବର ସହିତ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ପାରମ୍ପାରିକ ରୀତିକୁ ବଞ୍ଚାଇ ରଖିଛନ୍ତି ।

Leave a Reply

Your email address will not be published.