ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଶହରା ପର୍ବ ପାଳିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଆଜି ହେଉଛି ପବିତ୍ର ଦଶହରା ପର୍ବ । ଏଥିପାଇଁ ସକାଳ ଠାରୁ ମା’ ଙ୍କ ପୀଠ ଚଳଚଞ୍ଚଳ । ପୂଜକମାନେ ନୀତି ନିୟମରେ ପୂଜା କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ସରକାରଙ୍କ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଇଥିବାର ଦେଖିବାକୁ ମିଳିଛି । କୌଣସି ପୂଜା ମଣ୍ଡପରେ ଭକ୍ତଙ୍କ ଗହଳି ନାହିଁ । କରୋନା କଟକଣା ପାଇଁ ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଡୁଙ୍ଗୁରା, ବାରାପୁର, ଜଳଙ୍ଗଗଣ୍ଡିବେଡ ଚଣ୍ଡୀ ଠାକୁରାଣୀ ଓ ଗୋଳିହା ମଣ୍ଡପରେ ଏହା ଦେଖିବାକୁ ମିଳିଛି ।

ଡୁଙ୍ଗୁରା, ଚଣ୍ଡୀ ଠାକୁରାଣୀ ଓ ଗୋଳିହା ପୀଠର କର୍ମକର୍ତ୍ତାଙ୍କ ଠାରୁ ମଧ୍ୟ ମତାମତ ସଂଗ୍ରହ କରାଯାଇଛି । ଏହିପରି ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳାର ସହିତ ମା’ ଦୁର୍ଗାଙ୍କ ଦଶହରା ପର୍ବ ପାଳିତ ହେଉଥିବାର ଖବର ସଂଗ୍ରହରୁ ଜଣାପଡିଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଏ ପର୍ଯ୍ୟନ୍ତ ନଜରକୁ ଆସିନାହିଁ ।

Leave a Reply

Your email address will not be published.