ବିଦ୍ୟୁତ ଖୁଣ୍ଟ ଚାରିପଟେ ତାର ବାଡ଼ ଲଗାଇବା ପାଇଁ ଦାବି

ତ୍ରିଶୂଳିଆ, (ନାଗରାଜ ନ୍ୟୁଜ): ତ୍ରିଶୂଳିଆ ଓ ରାମଦାସ ପୁର ଗ୍ରାମ ପଞ୍ଚାୟତର ଭାଲୁଙ୍କ ଆଦିବାସୀ ବସ୍ତି ନିକଟରେ ଯାଇ ଥିବା ୨୨୦କେଭି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଖୁଣ୍ଟରେ ଆଦିବାସୀ ପିଲାଙ୍କ ଚଢ଼ିବା ନେଇ ଦୁଶ୍ଚିନ୍ତା ସୃଷ୍ଟି ହୋଇଛି । ମୁଖ୍ୟତଃ ହାତୀର ଗତିପଥ ଦେଖôବା ପାଇଁ ଆଦିବାସୀ ପିଲାମାନେ ବିଦ୍ୟୁତ ଖୁଣ୍ଟି ଉପରକୁ ଚଢ଼ୁଛନ୍ତି । ଏହାଦ୍ୱାରା ଯେକୌଣସି ସମୟରେ ବିପଦ ସୃଷ୍ଟି ହୋଇପାରେ । ତେଣୁ ଏହି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଖୁଣ୍ଟର ଚାରିପଟେ ତାର ବାଡ ଲଗାଇବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି । ତେଣୁ ସ୍ଥାୟୀ ପ୍ରତିକାର ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ ନିମିତ୍ତ ବିଭାଗୀୟ ଅଧୁକାରୀଙ୍କ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.