ଭକ୍ତ ମନ ନିରାଶ, ଏଥର ମଧ୍ୟ ରଥଯାତ୍ରା ଉପରେ ଲାଗିଲା କଟକଣା

ପୁରୀ: ହେ ମହାବାହୁ ଏଥରକ ଆଉ ତୋ ଡୋରି ଲାଗିବନି । ପୂର୍ବ ବର୍ଷ ଭଳି ଏଥରକ ମଧ୍ୟ ମୁ ତୋ ଦାଣ୍ଡରେ ତୋ ଦଉଡିକି ଟାଣି ପାରିବନି । ଭକ୍ତ ମନବି ନିରାଶ । କରୋନା ମହାମାରୀ ପାଇଁ ପୂର୍ବ ପରି ଏଥର ମଧ୍ୟ ହେବ ଭକ୍ତଶୂନ୍ୟ ରଥଯାତ୍ରା ।

ଏହା ଛଡା କେବଳ ପରମ୍ପରା ବଜାୟ ରଖିବା ପାଇଁ ପୁରୀ ଛଡା ଅନ୍ୟ ସମସ୍ତ ଜାଗାରେ ରଥଯାତ୍ରାକୁ ବନ୍ଦ ରହିବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା କିନ୍ତୁ ପୂର୍ବ ବର୍ଷ ଏବର୍ଷ ପୁଣି ରଥଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏବର୍ଷ ବି ଭକ୍ତ ଶୂନ୍ୟ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା । 

ପୁରୀରେ ରଥଯାତ୍ରା କଟକଣା ଯୁକ୍ତ ହେବାକୁ ଯାଉଛି । ଗତ ବର୍ଷ ଭଳି ସମଗ୍ର ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । କର୍ଫ୍ୟୁ ସମୟରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ଏସଆରସି ସୂଚନା ଦେଇଛନ୍ତି । 

ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ଜାରି ରହିଥିବାରୁ ରାଜ୍ୟ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଥିବା ଏସଆରସି ସୂଚନା ଦେଇଛନ୍ତି । ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । କେବଳ ସେବାୟତ ଓ ପୋଲିସ୍ ଫୋର୍ସ ଦ୍ୱାରା ରଥ ଟଣା ଯିବ ଏବଂ ରଥ ଯାତ୍ରାରେ ସାମିଲ ହେବାକୁ ଥିବା ପ୍ରତ୍ୟକ ସେବାୟତ ଓ ପୋଲିସ୍ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ । ପୂର୍ବ ବର୍ଷର ସମସ୍ତ କଟକଣା ପୁଣି ଚଳିତ ବର୍ଷ ଲଗାଯିବ ଏବଂ ପୁରା ସମାନ ଡଙ୍ଗରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ହେବାକୁ ଥିବା ବେଳେ ଏବେ ଠାରୁ ରଥ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published.