ଦିବୁଜ୍ୟୋତି ୟୁଥ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାଘୁଆ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ୭ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାଥି ପଦ୍ମଲୋଚନ ପଣ୍ଡା ଓ ତିନି ନମ୍ବର ଜୁନ ର ଜିଲ୍ଲାପରିଷଦ ଗଜେନ୍ଦ୍ର ପ୍ରସାଦ ଦାସ ଉଦ୍ଘାଟନ କରି ଖେଳ ଆରମ୍ଭ କରିଥିଲେ, ବଡ଼ନୁଆଗାଁ ସରପଞ୍ଚ ରିନାକ୍ଷି ଲତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିସ୍ପା ସାହୁ ମୁଖ୍ୟ ବକ୍ତା ଓ ବଡ଼ନୁଆଗାଁ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ସୁକାନ୍ତି ବାରିକି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ମୋଟ ୮ ଗୋଟି ଦଳ ଭାଗ ନେଇଥିଲେ । ବ୍ଲାକ ଫାଇଆର ବାଘୁଆ ଓ ବ୍ଲାକ କୁବ୍ରା ଶାଳଗଢ଼ିଆ ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ବ୍ଲାକ ଫାଇଆର ବାଘୂଆ ପ୍ରଥମେ ବ୍ଯାଟିଙ୍ଗ୍ କରି 195 ରନ୍ ଲକ୍ଷ୍ୟ ରଖି ବିପକ୍ଷ ଦଳକୁ ଦେଇଥିଲା । ବିପକ୍ଷ ଦଳ ବ୍ଲାକ କୁଵ୍ରା ସାଳଗଢିଆ ଦଳ ବାର ଉଭର ରେ ତିନୋଟି ୱିକେଟ ହରାଇ ବିଜୟ ହୁଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ବୟ ବିଜୟୀ ଦଳକୁ ଟ 10000 ଓ ରନର୍ଷ ଅଫ୍ ଦଳକୁ 8000 ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟ ଆକର୍ଷଣ ଡ୍ୟାନ୍ସିଂ ଅମପିଆର ଗଣେଶ ମିଶ୍ର ଓ ମନୋରଞ୍ଜନ ପଣ୍ଡା ଦ୍ବୟ ଖେଳ ପରିଚାଳନା କରିଥିଲେ । ପ୍ରକାଶ ବେହେରା,ତପନ ପୃଷ୍ଟି,ସନ୍ତୁଶ ବେହେରା,ସ୍ଵମପ୍ରକାଶ ମହଲ,ଶୁଭମ୍ ଦାସ,ସିପୁନ ମୁଖି ,ସୁଶାନ୍ତ,ରଣ,ବିଜୟ ଓଝା,ମାୟାଧର ବାରିକ ,ଜନ୍ମେଜୟ ନାୟକ,ଚନ୍ଦନ ବାରିକ,ମିହିର ଦାସ,ଆଲୋକ ଦାସ, ଧରନିଧର ଦାସ ,ଅନିଲ ଦାସ,ଦୀପକ ଓଝା,ପ୍ରମୁଖ କମିଟି ମେମ୍ବର ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.