ପରଲୋକରେ ୮୨ ବର୍ଷ ବୟସର ବୃଦ୍ଧା

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରା-ଗଣ୍ଡିବେଡ ପଞ୍ଚାୟତର ପୂର୍ବପଡା ଗ୍ରାମର ମଦନମୋହନ ଲେଙ୍କାଙ୍କ ସ୍ତ୍ରୀ ଲକ୍ଷ୍ମୀମଣୀ ଲେଙ୍କାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ରୋଗରେ ପୀଡିତ ଥିଲେ । ଆଜି ଅର୍ଥାତ ତା ୧୭/୧୦/୨୦୨୦ ରିଖ ସୋମବାର ଅପରାହ୍ନ ଘ୧୨/୩୦ମି. ସମୟରେ ପରିବାର ବର୍ଗଙ୍କୁ ଛାଡି ଚାଲିଗଲେ । ତାଙ୍କର ୫ ପୁତ୍ର ଓ ପୁତ୍ରବୋହୂ, ନାତି ନାତୁଣୀ, ନାତୁଣୀ ଜ୍ବାଇଁ, ଝିଅ, ପରିବାର ଲୋକ ମୃତ୍ୟୁଶର୍ଯ୍ଯା ନିକଟରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଏଥିସହିତ ବଡ ପୁତ୍ର ବସନ୍ତ କୁମାର ଲେଙ୍କା, ମଝିଆ ପୁତ୍ର ମାନସ କୁମାର ଲେଙ୍କା, ନାତୁଣୀ ଜ୍ବାଇଁ ରାଜୀବ କୁମାର ଦାସ ଉପସ୍ଥିତ ଥିଲେ । ଖବରପାଇ ଶେଷ ଦର୍ଶନ ପାଇଁ ପାଖ ପଡୋଶୀ ମାନଙ୍କର ଗହଳ ଲାଗିଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସ୍ନେହୀ, ମେଳାପୀ ପ୍ରକୃତିର ଲୋକ ଥିବାରୁ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ

Leave a Reply

Your email address will not be published.