ପ୍ରିୟ ଦିବ୍ୟାଙ୍ଗନା ସେବା କେନ୍ଦ୍ର ତରଫରୁ ଦିଵ୍ୟାଙ୍ଗ ମାନଙ୍କୁ ମେଡିକାଲ ବେଡ୍ ବଣ୍ଟନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଲାଉଲଇ ଠାରେ ଥିବା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରିୟା ଆନୁକୁଲ୍ୟରେ ଦିଵ୍ୟାଙ୍ଗ ମାନଙ୍କୁ ନଵଭାରତ ଭେନ୍ଚରଶ ଲିମିଟେଡ ତରଫରୁ ପ୍ରଦତ ୩୦ ଗୋଟି ଡାକ୍ତରୀ ଶଯ୍ୟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇଥିବା ବେଳେ ସନ୍ମାନୀୟ ଅତିଥି ଭାବେ ଗଁଦିଆଗୋଷ୍ଠୀ ଉନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ,ନଵଭାରତ ଭେନ୍ଚରଶ ଲିମିଟେଡର ଭାଇସ ପ୍ରେସିଡେଣ୍ଟ କମାଣ୍ଡର ଜି.ପ୍ରକାଶ ଯୋଗ ଦେଇଥିଲେ। ଅନ୍ୟାନ୍ୟ ସନ୍ମାନନୀୟ ଅତିଥି ଭାବେ ନଵଭାରତ ଭେନ୍ଚରଶ ଲିମିଟେଡ ର ଡେପୁଟି ଜେନେରାଲ ମ୍ୟାନେଜର ଆର.ଏସ.ସିଂହ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆଙ୍କ ସମେତ ଅଞ୍ଚଳ ସମସ୍ତ ନବନିର୍ବାଚିତ ଲୋକପ୍ରତିନିଧି ମାନେ ଯୋଗ ଦେଇଥିଲେ। ପ୍ରିୟ ଅନୁଷ୍ଠାନ ର ଏହି ଭଳି ନିଷ୍ଠା ପରାୟଣ କାର୍ଯ୍ୟକ୍ରମକୁ କିଭଳି ଆହୁରି ଆଗକୁ ଯିବ ଓ ଦିବ୍ୟାଙ୍ଗ ମାନେ କିପରି ସବୁ ପ୍ରକାର ସୁବିଧା ପାଇପାରିବେ ସେଥିପାଇଁ ଜିଲ୍ଲାପାଳ ଙ୍କୁ ନିବେଦନ କରିଥିଲେ l ସ୍ଥାନୀୟ ଅଂଚଳ ରୁ ପଶଂସା ର ଛୁଆ ଛୁଟୁଛି ପ୍ରିଅ ସେବା ଅନୁଷ୍ଠାନକୁ ।

ଢ଼େଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.