ଜିଲ୍ଲାସ୍ତରୀୟ କଳା ମହୋତ୍ସବ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଜିଲ୍ଲାସ୍ତରୀୟ କଳା ମହୋତ୍ସବ ଖାନ ନଗର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଜିଲ୍ଲାଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ଉଦଘାଟନ କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଯୋଗିମାନଙ୍କର ପ୍ରଦର୍ଶନକୁ ବିଚାର କରି ବିଚାରକ ମାନେ ଯୋଗ୍ୟ ଛାତ୍ର ଛାତ୍ରୀମାନଙ୍କୁ ଚୟନ କରିଛନ୍ତି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତିମୟୀ ଶୁଭଦର୍ଶିନୀ ଓ ସୋନାମିକା ରାୟ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ରାଜ୍ୟର ସୁନାମ ଧନ୍ୟ କଳାକାର ପରମାନନ୍ଦ ସାହୁ, ବିଶ୍ଵନାଥ ମିଶ୍ର, ଅଜୟ କୁମାର ମହାନ୍ତି, ତନ୍ମୟ କୁମାର ହୋତା, ଶ୍ରିତପା ମିଶ୍ର, ବିଶ୍ୱମୋହନ କବି ଓ ଅନ୍ୟ କଳା ଶିକ୍ଷକ ମାନେ ବିଚାରକ ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ବିଚାରକମାନଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲା ଅନୁସୂଚିତ ଜାତି ଓ ଜନ ଜାତି ସଂଯୋଜିକା ଡା. ସୁଚିଶ୍ମିତା ମହାନ୍ତି କାର୍ୟ୍ୟକ୍ରମର ସଂଯୋଜନା ଓ ସଂଚାଳନ କରିଥିଲେ ।

Leave a Reply

Your email address will not be published.