ଧରୁଆ ପଡ଼ାରେ ଜିଲ୍ଲାସ୍ତରୀୟ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗୀର, (ନାଗରାଜ ନ୍ୟୁଜ ): ଆଦିବାସୀ ସଂସ୍କୃତି ଐତିହ୍ୟ ପରମ୍ପରା ସୁରକ୍ଷା ପାଇଁ ଆହ୍ୱାନ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଘୁଡକାପଳା ପଞ୍ଚାୟତ ଖଗସିକନା ଗାଁ ଧରୁଆ ପଡା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଭାରତ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ୧୪୬ ତମ ଜୟନ୍ତୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସଭା ପୂର୍ବରୁ ଖାଗସିକନା, ମାଲପଡା ଧରୁଆ ପଡ଼ାରେ ବିଶାଳ ସାଂସ୍କୃତିକ ଶୋଭା ଯାତ୍ରା କରାଯାଇଥିଲା । ଢାପ, ଡକା, ମାନ୍ଦଳ , କରମା, କୁଧାମିରଧା, ନୃତ୍ୟ ଗୀତ ମାଧ୍ୟମରେ ସଭାସ୍ଥଳକୁ ମଶାଲ ଅଣାଯାଇଥିଲା ।

ପୂଜା ପୀଠ ସ୍ଥଳରେ ଧରନୀ ବୁଢ଼ାଦେଓ, ବୁଢାରାଜା, ସୁଳିଆବୁଢ଼ା, ବିନ୍ଧ୍ୟାବାସିନୀ, ସବରୀ ନାରାୟଣୀ, ସିଂ ବଙ୍ଗୋ ଓ ମାରାଙ୍ଗ ବୁରୁ ଦେବାଦେବୀଙ୍କୁ ଦେହେରିମାନେ ପୂଜାର୍ଚ୍ଚନା କରିଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଦେଓଗାଁ ସଭାପତି ସୁଦାମ ଭୋଇଙ୍କ ସଭାପତିତ୍ୱରେ ଜୟନ୍ତୀ ମହୋତ୍ସବ ହୋଇଥିଲା । ମଞ୍ଚରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୋଇ, ମୁଖ୍ୟ ବକ୍ତା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ସଂ ର ଉପସଭାପତି ଶ୍ୟାମସୁନ୍ଦର ଭୋଇ, ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ଭୋଇ, ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, କାର୍ୟ୍ୟକାରୀ ସଭାପତି ବନଳତା ମାଝୀ, ବ୍ଲକ ସଭାପତି ବସନ୍ତ ମାଝୀ, ସନ୍ତୋଷ ପୁଟା, ପଦ୍ମନ ପ୍ରଧାନୀ, ନିତ୍ୟାନନ୍ଦ ମାଝୀ, ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ସାରଥୀ ବାଗ, ବନମାଳି ପୁଟା, ଗିରିଧାରୀ ଭୋଇ, ମାହେଶ୍ୱରୀ ମାଝୀ, ବିଜୟ କାଳସାଏ, ସୋମନାଥ ଦେହେରି, ରବି ଝାଙ୍କର, ରୂପାଧର ପୁଟା, ଖୀରଧର ମାଝୀ, ଟିକେଶ୍ୱର ପୁଟା, ଦିବାକର ପୁଟା ଓ ଗିରିଧାରୀ କୁଅଁର ଉପସ୍ଥିତ ଥିଲେ ।

ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୈଷୟିକ ଶିକ୍ଷା, ଆଦିବାସୀ ମାନଙ୍କର ବିକାଶର ଚାବିକାଠି, ଆଦିବାସୀଙ୍କ ଜମି ଜଳ ଜଙ୍ଗଲ, ଜୀବଜନ୍ତୁ ସୁରକ୍ଷା, ପରିବେଶ ସୁରକ୍ଷା ପାଇଁ ସାଲିସ ବିହୀନ ସଂଗ୍ରାମ ଲୋଡ଼ା, ବିପ୍ଲବୀ କ୍ରାନ୍ତିକାରୀ ଆଦିବାସୀଙ୍କ ଧରତି ଆବା ବିର୍ସା ମୁଣ୍ଡାଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ଆଦିବାସୀଙ୍କ ପ୍ରାଚୀନ ସଂସ୍କୃତି, ଭାଷା, ଧର୍ମ, ଐତିହ୍ୟ ପରମ୍ପରାକୁ ଉଦଯିବିତ କରିବାକୁ ବକ୍ତାମାନେ ଆହ୍ୱାନ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ପାଇଁ ସଂରକ୍ଷିତ ସରପଞ୍ଚ ସମିତି ସଭ୍ୟ ୱାଡ଼ ମେମ୍ବର ଆସନ ଗୁଡିକରେ ନିଜ ନିଜ ମଧ୍ୟରେ ନିର୍ବାଚନ ଲଢେଇ ନ ଲଢ଼ି ଅପ୍ରତିଦ୍ୱନ୍ଦି ଭାବରେ ବାଛିବାକୁ ନିଷ୍ପତି ନିଆଯାଇଥିଲା । ସଂଘର ବ୍ଲକ କାର୍ୟ୍ୟକାରୀ ସଭାପତି ସୁରଥ ଧାରୁଆ ସ୍ୱାଗତ ଭାଷଣ ଦେଇଥିଲେ ।

ସୁଦାମ ଚରଣ ବିଶି ମଞ୍ଚ ପରିଚାଳନା କରିଥିଲେ । ସଂଘର ପୂର୍ବତନ ସଭାପତି ବ୍ରଜକିଶୋର ସିଂ ଭୋଇଙ୍କ ନାମରେ ସଭା ମଞ୍ଚ ଘୋଷଣା କରାଯାଇଥିଲା । ଆଦିମ କଳାକାରଙ୍କ ଦ୍ଵାରା ଆଦିମ ଲୋକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ସଂଘର ସକ୍ରିୟ ସଦସ୍ୟ ହେମନ୍ତ ମାଝୀ, ରାଧାକାନ୍ତ ଭୋ , ପୁରନ୍ଧର ଭୋଇ, ହିମାଂଶୁ ମାଝୀ ଓ ହିରାଧର ମାଝୀ ପ୍ରମୁଖ ଶୋଭା ଯାତ୍ରାରେ ସହଯୋଗ କରିଥିଲେ । ନିରଞ୍ଜନ ମାଝୀ, ଅଚ୍ୟୁତ ଧାରୁଆ ଓ ସୁବ୍ରତ କୁଅଁର ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ୩ ହଜାର ରୁ ଉଦ୍ଧ୍ୱର୍ ଆଦିବାସୀ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

 

Leave a Reply

Your email address will not be published.