ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ପୌର ସଦନ ଠାରେ ଜିଲ୍ଲା ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି . ଏଥିରେ ମାନ୍ୟବର ବିଧାୟକ ପିପିଲି ଶ୍ରୀ ରୁଦ୍ରପ୍ରତାପ ମହାରଥି , ପୁରୀ ଜ଼ିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରଣୀ ସ୍ୱାଇଁ , ଯୁଗ୍ମ ନିବନ୍ଧକ ସମବାୟ ବିଭାଗ ଶ୍ରୀ ସବୀର କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାଶ ଚନ୍ଦ୍ର ନାୟକ , ଉପନିବନ୍ଧକ ଶ୍ରୀମତୀ ଗାୟତ୍ରୀବାଳା ପଟ୍ଟନାୟକ , ଉପନିବନ୍ଧକ ଶ୍ରୀ ଭୀମସେନ ସାହୁ , ଡି. ଡି .ଏମ ନାବାର୍ଡ଼ ଶ୍ରୀ ବିଶ୍ୱକଲ୍ୟାଣ ମହାନ୍ତି ପ୍ରମୁଖ ଅତିଥି ଓ ବକ୍ତା ଭାବେ ଯୋଗ ଦେଇ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ର ଆଭିମୁଖ୍ୟ ବର୍ଣନା କରିଥିଲେ . ଜିଲ୍ଲାର ନିମ୍ନ ସ୍ତରରେ ସମବାୟ ବ୍ୟାଙ୍କର ସେବା ଓ କୃଷକ ବନ୍ଧୁ ଚାଷୀମାନଙ୍କର ପାଖରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେଋଣ ପହଞ୍ଚାଇବାକୁ ଆଲୋକପାତ କରିଥିଲେ . ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ସଭାପତି ଶ୍ରୀ କିଶୋରେ କୁମାର ଛୋଟରାୟ ସଭାପତିତ୍ୱ କରିଥିଲେ . ବ୍ୟାଙ୍କର ମୀକ୍ଷା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାରଥୀ ଶତପଥି ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ . ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ପରିଚାଳନା ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟା ବୃନ୍ଦ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ. ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ସମସ୍ତ ୨୦୬ ଗୋଟି ପ୍ରାଥମିକ ସେବା ସମିତିର ସଭାପତି ଓ ସମ୍ପାଦକ ମାନେ ଅଂଶଗ୍ରହଣରେ ଯୋଗ ଦେଇଥିଲେ . ଆଗାମୀ ଦିନରେ ପୁରୀ ଜିଲ୍ଲାରେ ସମବାୟ ସମିତି ଓ ବ୍ୟାଙ୍କ ଜରିଆରେ ବହୁଳ ମାତ୍ରାରେ ଆନୁସଙ୍ଗିକ କୃଷିରୁଣ ଓ ସମସ୍ତ ଚାଷୀ ମାନଙ୍କ ପାଖରେ ବିନା ସୁଧରେ କୃଷି ଋଣ ପ୍ରଦାନ ର ଲକ୍ଷ ଧାର୍ଯ୍ୟ କରାଯାଇଅଛି . ଏଥିରେ ବ୍ୟାଙ୍କର ସମସ୍ତ କର୍ମଚାରୀ , ଡିଆରସିଏସ, ଏଆରସିଏସ , କର୍ମଚାରୀ ବୃନ୍ଦ ସହାୟତା କରିଥିଲେ . ପରିଶେଷରେ ପୁରୀ ଡିଆରସିଏସ ଧନ୍ୟବାଦ ଅର୍ପଣ କରିଥିଲେ .

Leave a Reply

Your email address will not be published.