ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଅନୁଗୁଳ, (ନାଗରାଜ ନ୍ୟୁଜ ): ଅନୁଗୁଳ ଜିଲ୍ଲା ରାଜକିଶୋରନଗର ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳିଆ ଗ୍ରାମ ପଞ୍ଚାୟତର ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ପରିସରରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗଙ୍କ ସୌଜନ୍ୟରେ ଜିଲ୍ଲାସ୍ତରୀୟ ୭୦ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ ଓ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ପରେ ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡା.ରଞ୍ଜିତ କୁମାର ଦାସଙ୍କ ସଭାପତିତ୍ୱରେ ଉକ୍ତ କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା । ଗୋ ମାତା ପୂଜନ ଓ ଗୋ ସମ୍ପଦ ପାଳନ ସହିତ ଜିଲ୍ଲାରେ ଦୁଗ୍ଧ ଚାଷ ପାଳନରେ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ପ୍ରକାର ସହାୟତା ଉପରେ ବିଷଦ ଭାବେ ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଡା. ରଞ୍ଜିତ କୁମାର ଦାସ ଆଲୋକପାତ କରିଥିଲେ । ଅନୁଗୁଳ ଜିଲ୍ଲାର ୮ ଗୋଟି ବ୍ଲକର ଗୋ ସମ୍ପଦ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିବା ସ୍ଥଳେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଗୋ ପାଳନ ଚାଷୀମାନେ ଯୋଗ ଦେଇଥିଲେ ।

ଉତ୍ତମ ଗୋ ପାଳନ ଚାଷୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ପଞ୍ଚାୟତସ୍ତରୀୟ ଗୋ ସମ୍ପଦ ବକ୍ତୁତା ପ୍ରତିଯୋଗିତାରେ କୃତିତ୍ୱ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲ । କିଶୋର ନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, କଣ୍ଟେଇ କୋଳିଆ ପଞ୍ଚାୟତ ସରପଞ୍ଚ କୁମୁନ୍ଦିନୀ ପ୍ରଧାନ, ଆଠମଲ୍ଲିକ ବ୍ଲକ ବିଜେଡ଼ି ସଭାପତି ବୃନ୍ଦାବନ ସାହୁ ଓ କିଶୋର ନଗର ବ୍ଲକ ବିଜେଡ଼ି ସଭାପତି କୁମୁନ୍ଦ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ । ବିଭିନ୍ନ ଅଞ୍ଚଳବାସୀ ବିଧାୟକ ସାଏଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ସର୍ବ ଶେଷରେ ଡା. ପ୍ରିୟଦର୍ଶନୀ ସ୍ୱାଗତ ଭାଷଣ ଦେଇ ଶିବିରକୁ ଉଦଯାପିତ କରିଥିଲେ ।

Leave a Reply

Your email address will not be published.