ଜିଲ୍ଲାସ୍ତରୀୟ ମାଟ୍ରିକ SA1 ପ୍ରାକ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର

କଟକ,(ନାଗରାଜ ନ୍ୟୁଜ): ଆସନ୍ତା 23 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (SA1 ) ପାଇଁ ଜିଲ୍ଲା ସ୍ତରୀୟ ପ୍ରାକ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ରେଭେନ୍ସା କଲିଯିଏଟ ସ୍କୁଲ ର ନେତାଜୀ ଅଡିଟୋରୀୟମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ! ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ସନ୍ତୋଷ କୁମାର ରାଉତ ଏହି ପ୍ରଶିକ୍ଷଣ ଶିବିର କୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରି ଏହି ପରୀକ୍ଷା ର ଗୁରୁତ୍ୱ, ପରୀକ୍ଷା ପରିଚାଳନା ସମୟ ର ସତର୍କତା, ପ୍ରଶ୍ନପତ୍ର, ଉତ୍ତର ଖାତା ଓ ଅନ୍ୟ ଗୁରୁତ୍ୱପୂର୍ଣ କାଗଜ ପତ୍ର ର ସୁରକ୍ଷା,ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ର ର ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟ ମାନଙ୍କର ନ୍ୟସ୍ତ ଦାୟିତ୍ୱ ଏବଂ ସର୍ବୋପରି ସୁରକ୍ଷିତ ଓ ଶାନ୍ତିପୂର୍ଣ ପରୀକ୍ଷା ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିଥିଲେ ! ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ନୋଡାଲ କେନ୍ଦ୍ର ଓ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ,ଡେସ୍ପାଚ ଟିମ ଏହି ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ .

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାୟକ ମାଟ୍ରିକ ପରୀକ୍ଷା ପରିଚାଳନା ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କୌଶଳ ଓ ସୁରକ୍ଷିତ ତଥା ଶାନ୍ତିପୂର୍ଣ ପରୀକ୍ଷା ସମ୍ପନ୍ନ ସମ୍ପର୍କ ରେ ଉପାଦେୟ ପରାମର୍ଶ ଦେଇଥିଲେ! ଜିଲ୍ଲା ବିଜ୍ଞାନ ସୁପରଭାଇଜର ଅକ୍ଷୟ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ବିଜୟ କୁମାର ଛତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାପାତ୍ର,ଚୌ ରମାକାନ୍ତ ପ୍ରହରାଜ,ଅଜୟ କୁମାର ସାହୂ, ଅକ୍ଷୟ କୁମାର ଷଡ଼ଙ୍ଗୀ କୁନ୍ତଳା ଖଟୁଆ ପ୍ରମୁଖ ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରଥିଲେ .

Leave a Reply

Your email address will not be published.