ରାଜ୍ୟରେ ବଢୁଛି ବିବାହ ବିଚ୍ଛେଦ ମାମଲା, ଯାହାକୁ ନେଇ ଏକାଡେମୀରେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ

 କଟକ, (ନାଗରାଜ ନ୍ୟୁଜ): ରାଜ୍ୟରେ ବଢୁଛି ବିବାହ ବିଚ୍ଛେଦ ମାମଲା । ଏହାସହ ଦିନକୁ ଦିନ ପାରିବାରିକ ଅଦାଲତରେ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ କିପରି ଏହି ମାମଲା ଗୁଡିକୁ ଆପୋଷ ସମାଧାନ କରାଯିବ, ସେନେଇ ଜୁଡିସିଆଲ ଅଫିସରଙ୍କୁ ଜୁଡିସିଆଲ ଏକାଡେମୀରେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ମେଡିଏସନ ପ୍ରଶିକ୍ଷଣ କର୍ମଶାଳା 5 ଦିନ ଧରି 40ଘଣ୍ଟା ଧରି ଚାଲିବ ।

ସୁପ୍ରିମକୋର୍ଟର ବିଚାରପତି ବିନୀତ ସରନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କର୍ମଶାଳାରେ କଟକ, ଜଗତସିଂହପୁର , କେନ୍ଦ୍ରାପଡା , ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ 6 ଜଣ ଲେଖାଏଁ 30 ଜଣ ବିଚାର ବିଭାଗୀୟ ଅଧକାରୀ ଅଂଶଗ୍ରହଣ କରିଛନ୍ତି । ଏହି ଅଧକାରୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷିକା ବିଣା ରାଲି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଜେପି ସେଙ୍ଗ ମଧ୍ୟସ୍ଥତା ଜରିଆରେ ମାମଲା ଗୁଡିକ କିପରି ସୂଚାରୁ ରୂପେ ସମାଧନ ହୋଇ ପାରିବ ଓ ଉଚିତ ନ୍ୟାୟ ଉଭୟ ପକ୍ଷ ପାଇପାରିବେ ତାହା ପରିଚାଳନା କରିବେ । ତେବେ ଉଦଘାଟନ ସମାରୋହରେ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published.