ନିରାଡ଼ମ୍ବ ଭାବେ ଦୀପାବଳି ପାଳିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ରାଜ୍ୟ ସରକାର ସିମିତ ସମୟ ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ଦେବା ପରେ ପ୍ରତି ଗ୍ରାମରେ ନିରାଡ଼ମ୍ବ ସହ ଆଲୋକର ପର୍ବ ଦୀପାବଳୀ ପାଳନ କରାଯାଇଛି । କରୋନା କଟକଣା କୋହଳ ହେବା ପରେ ପ୍ରତ୍ୟେକ ଗ୍ରାମରେ ଦୀପ ଓ ଆଲୋକ ସାଜସଜା ସହ ପାଳିତ ହୋଇଛି ଦୀପାବଳୀ । ପର୍ବର ମାନ୍ୟତା ଅନୁସାରେ ଏହି ଦିନ ପୂର୍ବ ପୁରୁଷଙ୍କୁ ଆମନ୍ତ୍ରଣ କରିଯାଇ ଯଥା ରୀତିନୀତି ସହ ବିଦାୟ ଦିଆ ଯାଇଥାଏ । ତେବେ ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ଏଥର ଲୋକମାନେ ସବୁଜ ବାଣ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । କରୋନା ମହାମାରୀର ପ୍ରଭାବ ସତ୍ତେ୍ୱ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୀପାବଳୀରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.