ରାଉରକେଲାରେ ଲୋକ ଜନ ଶକ୍ତି ପାର୍ଟି ଲେବର ସେଲ ପକ୍ଷରୁ ଡକ୍ଟର ବି. ଆର ଆମ୍ବେଦକର ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

ରାଉରକେଲା, (ନାଗରାଜ ନ୍ୟୁଜ): ଆଜି ରାଉରକେଲା ସହରରେ ଲୋକଜନଶକ୍ତି ପାର୍ଟି ଲେବର ସେଲ ତରଫରୁ ପଣା ସଂକ୍ରାନ୍ତି ଓ ଡକ୍ଟର ବି. ଆର ଆମ୍ବେଦକର ଜୟନ୍ତୀ ପାଳିତ ହେଇଯାଇଛି।ଏହି ଉତ୍ସବ ରେ ଲୋକଜନଶକ୍ତି ପାର୍ଟି ର ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ନାୟକ ଙ୍କ ପକ୍ଷରୁ ରାଉରକେଲା ସେକ୍ଟର 7/17 ଛକ ନିକଟସ୍ଥ ଡକ୍ଟର ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସର ରେ ରାଜ୍ୟ ସଭାପତି ଲୋକଜନଶକ୍ତି ପାର୍ଟି ର ଲେବର ସେଲ ଶାଖା ପକ୍ଷରୁ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଜିଲ୍ଲା ସଭାପତି ରୂପେ ଦାୟିତ୍ୱ ଦେଇଥିଲେ।ଉକ୍ତ ସଭାରେ ସେକ୍ରେଟାରୀ ରୂପେ ଆଶିଷ ବାରିକ ଙ୍କୁ ଦାୟିତ୍ବ ଦିଆଯାଇଥିଲା ଏବଂ ଉପ ସଭାପତି ରୂପେ ଶାନ୍ତି ନାୟକ ଏବଂ କେଦାର ମଧଇ ଓ ପାର୍ଥସରଥୀ ନାୟକ ଙ୍କ ନାମ ଘୋଷଣା କରାଯାଇଥିଲା।ଏହି ସଭାରେ ସମାଜ ରେ ଅବହେଳିତ ପଛୁଆ ବର୍ଗ କିଭଳି ଭାବେ ନ୍ୟାୟ ପାଇପାରିବେ ତା ଉପରେ ଲୋକଜନଶକ୍ତି ପାର୍ଟି ର କାର୍ଯ୍ୟକାର୍ତ୍ତା ମାନେ ନିଜର ମତ ପ୍ରଦାନ କରିଥିଲେ।ସଭା ଶେଷରେ ପଣା ସଂକ୍ରାନ୍ତି ଉପଲକ୍ଷେ ଏକ ଜଳଛତ୍ର ର ଉଦଘାଟନ କରାଯାଇଥିଲା।

Leave a Reply

Your email address will not be published.