ସିଲଭର ସିଟିରେ ଡା.ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ, (ନାଗରାଜ ନ୍ୟୁଜ ): ସିଲଭର ସିଟିରେ ପାଳିତ ହେଲା ଉତ୍କଳକେଶରି ଡା.ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜନ୍ମ ଜୟନ୍ତୀ । କଟକ ପ୍ରେସ ଛକ ନିକଟରେ ଥିବା ଏହି ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରିବା ସହ କଟକିଆମାନଙ୍କ ମଧ୍ୟରେ ଏହି ମହାନ ଆତ୍ମାଙ୍କ ସ୍ମୃତି ଚାରଣ କରାଯାଇଛି । ନିଜ ଜୀବନରେ ଓଡ଼ିଶା ପ୍ରତି ଦେଇଥିବା ସମସ୍ତ ଅବଦାନ ସର୍ବଦା ଅପୁରଣୀୟ । କଟକ ମାଟି ଏହି ମହାନ ବ୍ୟକ୍ତିଙ୍କୁ ଜନ୍ମ ଦେଇ ଅର୍ଜନ କରିଛି ଅନେକ ଗୌରବ । ସ୍ୱାଧିନତା ପାଇବା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନଜର ଆସିଥିଲେ ମହତାବ । ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଥିଲା ସମ୍ପୃଣ ନିଆରା । କେବଳ ଯେ ଓଡ଼ିଶା ପାଇଁ ନୁହେଁ ବରଂ ସାରା ଦେଶରେ ମହତାବଙ୍କ ନାଁ ସର୍ବଦା ଝଲସୁଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏହି ପବିତ୍ର ଦିବସରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କଟକ ସାଂସଦ ଭ୍ରତୃହରି ମହତାବ, ଜିଲାପାଳ ଭବାନୀ ଶଙ୍କର ଚୟିନୀ, ମହାନଗର ନିଗମ କମିଶନର ଓ ବିଧାୟକ ଓ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave a Reply

Your email address will not be published.