ଡା. ସୁପ୍ରଭା ଦାସଙ୍କ ବିୟୋଗରେ ଶୋକସଭା

ଖଇରା, (ନାଗରାଜ ନ୍ୟୁଜ): ଖଇରା ବ୍ଳକ ଗଣ୍ଡିବେଡ଼ ମହାଦେବ ବାବା ଶ୍ରୀ ଲଙ୍କେଶ୍ୱରଙ୍କର ପ୍ରାଙ୍ଗଣରେ ସ୍ୱର୍ଗତା ଡ଼ାକ୍ତର ସୁପ୍ରଭା ଦାସଙ୍କ ସ୍ମୃତି ସଭା  ପାଳନ କରାଯାଇଥିଲା । ଏଥିରେ ପ୍ରିୟଦର୍ଶିନୀ ମହିଳା ସମିତିର ସଭ୍ୟା ଶ୍ରୀମତୀ ତୁଳସୀ ପରିଡା ସଭାପତିତ୍ୱ କରିଥିଲେ । ସମିତିର ସଭ୍ୟା ସୀତା ମାରାଣ୍ଡି, ରମ୍ଭାମଣି ବାରିକ, ଆଞ୍ଚଳିକ ଉନ୍ନୟନ ପରିଷଦ, ସ୍ୱାଭିମାନ ମଞ୍ଚର ସଭ୍ୟ ମାନେ ସ୍ମୃତି ଚାରଣ କରିଥିଲେ । ତ୍ୟାଗପୂତ ଜୀବନ, ନାରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ତଥା ବାଳିକା ଶିକ୍ଷା, ସ୍ୱାସ୍ଥ୍ୟ, ନିଶାନିବାରଣ ବିଷୟରେ ଆଲୋଚନା ହୋଇଥିଲା । ତାଙ୍କର ପରଲୋକରେ ଜଣେ ସମାଜସେବୀ, ନାରୀ ନେତ୍ରୀ ଓ ପ୍ରଥମ ମହିଳା ଡାକ୍ତରଙ୍କୁ ହରାଇଲେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ତାଙ୍କର ଅମରଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ପ୍ରିୟଦର୍ଶିନୀ ମହିଳା ସମିତିର ସ୍ଥାୟୀ ସଭାପତି ଶିବାନି ମହାନ୍ତିଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published.