ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ବିଦ୍ୟାଳୟ ମଞ୍ଚ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷକ ଅଭୟ କୁମାର ଦଳେଇ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେସ୍ରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସାରୁଗାଁ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାଶ, ସମ୍ମାନିତ ଅତିଥି ଭାବେ ୩ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସ, ସମିତି ସଭ୍ଯ ଅକ୍ଷୟ କୁମାର ଜେନା, ଏସ ଏମ ସି ଚେୟାର ପରସନ ଦେବେନ୍ଦ୍ର କୁମାର ଜେନା ଏବଂ ଏ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଅକ୍ଷୟ କୁମାର ବାରିକ ମଞ୍ଚାସୀନ ଥିଲେ । ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର କୌଣସି ଫଣ୍ଡ୍ ନଥିବା ସତ୍ତ୍ୱେ ଜାରିରହିଛି, ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ କେମିତି ଚାଲୁ ରହିବ, ସେଥିପାଇଁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ଏବଂ ଅଞ୍ଚଳର ମାନ୍ଯଗଣ୍ଯ ବ୍ଯକ୍ତି ମାନଙ୍କୁ ସହଯୋଗର ହାତ ବଢାଇବା ନିମନ୍ତେ ଶ୍ରୀ ବାରିକ ନିବେଦନ କରିଥିଲେ ।

ବିଦ୍ୟାଳୟର ସମସ୍ୟା ଉପରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦାସ ଆଲୋଚନା କରିବା ସହିତ ବିଧାୟକଙ୍କ ନିକଟରେ କିଛି ଦାବି ଉପସ୍ଥାପନ କରିଥିଲେ । ଶିକ୍ଷାର ଉନ୍ନତି ହେଲେ ସମାଜର ଉନ୍ନତି ହୋଇ ପାରିବ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପାଣିଗ୍ରାହୀ ବକ୍ତବ୍ୟରେ କହିଥିଲେ । ସମୟାନୁବର୍ତ୍ତିତା ଓ ଏକତା ଉପରେ ବକ୍ତବ୍ୟ ରଖିଲେ ସରପଞ୍ଚ ଶ୍ରୀମତୀ ଦାସ । ମୋବାଇଲ ପିଲା ମାନଙ୍କୁ ନଷ୍ଟ କରିବାରେ ସହାୟକ ହେଉଥିବାରୁ ପାଠ ପଢିବା ସମୟରେ ମୋବାଇଲ ଠାରୁ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ସମସ୍ତ ପିତାମାତାଙ୍କୁ ନିବେଦନ କରିଥିଲେ ସମିତିସଭ୍ୟ ଶ୍ରୀ ଜେନା। ଚରିତ୍ରକୁ ଗଢିତୋଳବାରେ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ବୋଲି ବକ୍ତବ୍ୟରେ କହିଲେ ମୁଖ୍ୟବକ୍ତା ଶ୍ରୀ ଦାଶ ।ଏହି ଦ୍ବିତୀୟ ଦିବସୀୟ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ଇତିଶ୍ରୀ ଦେହୁରୀ, କ୍ଷିତିଶ କୁମାର ବ୍ରହ୍ମ, ତୁଳସୀ ବିଶ୍ବାଳ, ରୁଦ୍ରନାରାୟଣ ଦାଶ, ଅମର କୁମାର ରାଉତ, ଲିଜା ଦେହୁରୀ ପ୍ରମୁଖ ୬ ଜଣଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ମଞ୍ଚାସୀନ ଅତିଥି ମାନେ ପ୍ରଦାନ କରିଥିଲେ । ଶିକ୍ଷକ ସନ୍ତୋଷ ବାରିକଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭାସାଙ୍ଗ କରିଥିଲେ । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.