ପୁରୀର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା

ପୁରୀ, (ନାଗରାଜ ନ୍ୟୁଜ): ପୁରୀର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା । ସତ୍ୟବାଦୀରେ ନିର୍ବାଚନ ହିଂସା । ବଳରାମପୁର ଗଡ଼ରେ ଦେଖାଦେଇଛି ନିର୍ବାଚନ ହିଂସା । ପ୍ରାର୍ଥୀ ଙ୍କୁ ଧମକ ସହିତ ଗାଡି ଭଙ୍ଗାରୁଜା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦେଖାଦେଇଛି ଏଭଳି ଘଟଣା । ରାଜନୈତିକ ଆକ୍ରୋସକୁ ନେଇ ଗାଡି ଭଙ୍ଗାରୁଜା ହୋଇ ଥିବା ଅଭିଯୋଗ ଆସିଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳରାମପୁର ପଞ୍ଚାୟତ ର ସମିତି ସଭ୍ୟ ପ୍ରାଥୀ ତ୍ରିଲୋଚନ ନନ୍ଦଙ୍କ ଏକ କାରକୁ ରାଜନୈତିକ ଆକ୍ରୋସ ରଖି ପଥରରେ ଛେଚି କାଚ ଭାଙ୍ଗିଦେଇଥିବାର ଅଭିଯୋଗ ହୋଇଛି । ତ୍ରିଲୋଚନ ନନ୍ଦ ପୂର୍ବରୁ ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ସମର୍ଥନରେ ସମିତି ସଭ୍ୟ ଭାବେ ବିଜୟ ହୋଇ କାର୍ଯ୍ୟ କରୁଥିବା ବେଳେ ଚଳିତ ନିର୍ବାଚନରେ ଅନ୍ୟ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସମର୍ଥନରେ ସମିତି ସଭ୍ୟ ଭାବେ ନିର୍ବାଚିତ ଲଢୁଛନ୍ତି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ହୋଇଥାଇ ପାରେ ବୋଲି ସମିତି ସଭ୍ୟ ଅଭିଯୋଗ କରିଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published.