ବନବିଭାଗର ଅବହେଳା ଯୋଗୁଁ ଗଁନ୍ଦିଆ ବ୍ଲକରେ ବାରମ୍ବାର ହାତୀ ମଡ଼କ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ଦେଖିବାକୁ ମିଳୁଛି ହାତୀ ମଡ଼କ । ଗତ କିଛିଦିନ ପୂର୍ବରୁ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗତକାଲି ରାତିରେ ଆଉ ଏକ ଗର୍ଭିଣୀ ମାଈ ହାତୀର ମୃତ୍ୟୁ ହୋଇଛି । ପିଲାଜନ୍ମ କରିନପାରି ଧନିଆନାଳି ପାଳଗାଣ୍ଡୁଆ ଦେଇ ଜାଇଥିବା ରାସ୍ତାର ଜରିଟାଙ୍ଗର ନିକଟରେ ହାତୀର ମରିପଡ଼ିଥିବାର ଦେଖିବାକୁ ମିଳିଛି । ଢେଙ୍କାନାଳ ବନବିଭାଗର କର୍ମଚାରୀ ହାତୀ ସୁରକ୍ଷା ଧ୍ୟାନ ଦେଉଥିବା କଥା କହୁଥିବାବେଳେ ଗୋଟେ ପରେ ଗୋଟେ ହାତୀଙ୍କ ମୃତ୍ୟୁ ହେଉଛି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛିଯେ, ହାତୀମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରାଯାଉଥିଲେ ମଧ୍ୟ ହାତୀ ମୃତ୍ୟୁ କିପରି ହେଉଛି । ହାତୀ ମାନଙ୍କ ଗତିପଥ ଅନୁଧ୍ୟାନ ଶହ ଜଙ୍ଗଲରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ ନିମନ୍ତେ ପ୍ରତ୍ୟେକ ରେଞ୍ଜ କାର୍ଯ୍ୟାଳୟ ମାନଙ୍କରେ ହାତୀ ସ୍କ୍ୱାଡ଼ ଗଠନ କରାଯାଇଛି । ଏତେ ସବୁ ସୁବିଧା ଥାଇ କିପରି ହାତୀ ଜଙ୍ଗଲରେ ମରିଯାଉଛନ୍ତି ତାହାର କାରଣ ବନବିଭାଗ ପାଖରେ ନାହିଁ । ହାତୀ ମରିବା ପରେ ବନବିଭାଗ ଖବର ପାଉଛନ୍ତି । ଯାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସତରେ କଣ ବନ କର୍ମଚାରୀମାନେ କାମ ନକରି ଠକୁଛନ୍ତି ନାଁ ଶିକାରୀମାନଙ୍କ ସହିତ ମିଳିମିଶି ଏପରି କରୁଛନ୍ତି ।

Leave a Reply

Your email address will not be published.