ମହୁଲଖୋଳି ଗ୍ରାମରେ ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କପିଳାସ ବନଖଣ୍ଡ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ବାରମ୍ବାର ହାତୀ ଆତଙ୍କ ଦେଖିବାକୁ ମିଳୁଛି ଯାହାଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି l ମହୁଲଖୋଳି ଗ୍ରାମରେ ଦୁଇଟି ହାତୀ ଦେଖିବାକୁ ମିଳିଛି ଦନ୍ତା ହାତୀକୁ ଗାଁ ଭିତରେ ଦେଖି ଗ୍ରାମବାସୀ ଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହେଇଛି l ଗତକାଲି ବିଳମ୍ବିତ ରାତିରେ ମହୁଲଖୋଳି ସରକାରୀ ଉପ୍ରା ବିଦ୍ୟାଳୟ ପରିସର ମଧ୍ୟରେ ପସି ଦୁଇଟି ପାଚେରୀକୁ ଭାଙ୍ଗିବା ସହିତ କିଛି ଦିନହେବ ଏକ ଫାର୍ମ ହାଉସ ରେ ମଧ୍ୟ ପାଚେରୀ ଭାଙ୍ଗିବା ସହିତ ବହୁ ଗଛ ନଷ୍ଟ କରିଛି l ଏହା ଏଇ ବର୍ଷ ଭଳି ଦୀର୍ଘ ଚାରି ବର୍ଷ ହେବ ଏପରି ଭାବରେ ସେହି ଫାର୍ମ ହାଉସ ର ବହୁତ କ୍ଷତି କରୁଛି ଯେଉଁଠାରେ କି ବହୁତ ଆଦିବାସୀ ପିଲାଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି, ଆଉ ଏବେ ପ୍ରତେକ ଦିନ ସନ୍ଧ୍ୟା ହେଲେ କ୍ଷେତରେ ଚାଷୀ ମାନଙ୍କର ପନି ପରିବା ସହ ଧାନ କ୍ଷେତ ନଷ୍ଟ କରୁଛନ୍ତି l ହାତୀ ଘଉଡିବାକୁ ବନବିଭାଗକୁ ଖବର ଦିଆଯାଉଥିଲେ ମଧ୍ୟ ସଙ୍ଗେ ସଙ୍ଗେ କୌଣସି ଟିମ ପହଁଚିନଥିବାରୁ ଦେଖିବାକୁ ମିଳୁଛି, ତେବେ ଏଠି ପ୍ରଶ୍ନ ଉଠୁଛି ବନବିଭାଗ ଏଥି ପ୍ରତି କେବେ ପଦକ୍ଷେପ ନେଉଛି .

Leave a Reply

Your email address will not be published.