ବନବିଭାଗ ଅଧିକାରୀଙ୍କ ଦ୍ୱାରା ମୃତ ହାତୀ ଉଦ୍ଧାର

କଟକ, (ନାଗରାଜ ନ୍ୟୁଜ): ବନବିଭାଗ ଅଧିକାରୀଙ୍କ ଦ୍ୱାରା ଆଜି ମୃତ ହାତୀକୁ ଉଦ୍ଧାର କରାଯାଇଛି । ତେବେ ମୁଣ୍ଡଳୀରେ ଭାସିଯାଇଥିବା ନିଖୋଜ ହାତୀର ମୃତ ଦେହ ଯୋବ୍ରା ବ୍ୟାରେଜର ୨୪ ନମ୍ୱର ଫାଟକରେ ଲାଗି ରହିଥିଲା । ବନବିଭାଗ ଅଧିକାରୀଙ୍କ ୪ ଘଣ୍ଟାର ମାନସ ମନ୍ଥନ ପରେ ଯୋବ୍ରା ବ୍ୟାରେଜର ୨୪ ନମ୍ୱର ଗେଟକୁ ଖୋଲାଯାଇଥିଲା ।

ଖୋଲାଯିବା ପରେ ହାତୀଟି ମହାନଦୀର ପ୍ରବଳ ସ୍ରୋତରେ ତଳ ମୁଣ୍ଡ ଆଡ଼କୁ ଭାସି ଯାଇ ସାତବାଟିଆ କୁଦରେ ଗତକାଲି ସନ୍ଧ୍ୟା ସମୟରେ ଲାଗିଥିଲା । ବନବିଭାଗ ପକ୍ଷରୁ ରାତିଯାକ ହାତୀର ମୃତ ଦେହ ଉପରେ ନଜର ରଖାଯାଇ ଆଜି ସକାଳୁ ବନବିଭାଗ ଅଧିକାରୀ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଏବଂ ଓଡ୍ରାଫ ଟିମିର ସହାୟତାରେ ମୃତ ହାତୀକୁ ସାତବାଟିଆ ନଦୀ କୂଳକୁ ଆଣି ରଖାଯାଇଛି । ଉପରକୁ ଆଣିବା ପରେ ମୃତ ହାତୀର ବ୍ୟବଛେଦ କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published.