ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରି: ଓଡ଼ିଶା ହାଇକୋର୍ଟ

କଟକ,(ନାଗରାଜ ନ୍ୟୁଜ): ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରି । କୌଣସି ସରକାରୀ କର୍ମଚାରୀଙ୍କର ଚାକିରିରେ ଥାଇ ମୃତ୍ୟୁ ଘଟିଲେ ତାଙ୍କ ପଦବୀରେ ତାଙ୍କର ବିବାହିତ ଝିଅଙ୍କୁ ଚାକିରି ମିଳିପାରିବ । ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି । ପୂର୍ବରୁ କେବଳ ପୁଅ ଅବା ଅବିବାହିତ ଝିଅଙ୍କୁ ଏକ୍ଷେତ୍ରରେ ନିଯୁକ୍ତି ମିଳୁଥିଲା । ଏକ୍ଷେତ୍ରରେ ଥିବା ସରକାରୀ ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି । ବିବାହିତ ଝିଅଙ୍କୁ ନିଯୁକ୍ତି ନଦିଆଯିବା ଏକ ମନମୁଖୀ ନିଷ୍ପତି ଏହା ସମ୍ବିଧାନର ଧାରା ୧୪,୧୫ ଓ ୧୬(୨)ର ଉଲଙ୍ଘନ କରୁଛି ବୋଲି ହାଇକୋର୍ଟ କହିବା ସହ ଏଭଳି ସରକାରୀ ନୀତିକୁ ରଦ୍ଦ କରିଛନ୍ତି । ଏଥିସହ ଏକ୍ଷେତ୍ରରେ ବିବାହିତ ମହିଳାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି .

Leave a Reply

Your email address will not be published.