ପରକ୍ରିଆ ପ୍ରୀତି ପାଇଁ ହୋଇଥିବା ହତ୍ୟାକାଣ୍ଡର ପର୍ଦାଫାସ

କଟକ, (ନାଗରାଜ ନ୍ୟୁଜ): ପରକ୍ରିଆ ପ୍ରୀତି ପାଇଁ ହୋଇଥିଲା ହତ୍ୟାକାଣ୍ଡ । କଟକ ବିଡାନସି ହତ୍ୟା ଘଟଣାର ପର୍ଦାଫାସ । କଟକ ବିଡାନସି ଭୁଆଶୁଣି ପଠାରେ ଘଟିଥିବା ବିହାରୀ ମିଶ୍ରୀ ଆଜାଦ ଯାଦବ ହତ୍ୟା କାଣ୍ଡ ମାମଲା । ଘଟଣାର ପର୍ଦାଫାସ କରିଛି ବିଡାନସି ପୋଲିସ । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ଅଭିଯୁକ୍ତ ମୁନିଲାଲ ଶର୍ମା ଓ କୈଳାସ ଚୌଧୁରୀ । ଅନ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର । ହତ୍ୟା ପାଇଁ ଦିଆଯାଇଥିଲା ୨୦ ହଜାର ଟଙ୍କାର ସୁପାରି । ସମସ୍ତ ଘଟଣା ନେଇ କଟକ ଡିସିପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.