ରେଭେନ୍ସା କଲିଜିଏଟ୍ ସ୍କୁଲରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

କଟକ,(ନାଗରାଜ ନ୍ୟୁଜ): ମଙ୍ଗଳବାର ଦିବା ୨ ଘଟିକା ସମୟରେ ରେଭେନ୍ସା କଲିଜିଏଟ୍ ସ୍କୁଲର ନେତାଜୀ ଅଡିଟୋରିୟମରେ ଶ୍ରୀମତୀ ଭାରତୀ ତ୍ରିପାଠୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ଡଃ ଅନୁସ୍ମିତା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀ ମାନେ ଶିକ୍ଷୟିତ୍ରୀ ଭାରତୀ ତ୍ରିପାଠୀଙ୍କ ଗୁଣଗାନ କରିବା ସହ ତାଙ୍କର ଛାତ୍ରବତ୍ସଳତା ଓ ଉତ୍ତମ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପରେପରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଶ୍ଵନାଥ ମିଶ୍ର, ପରେଶ୍ କୁମାର ମଲ୍ଲ, ସଙ୍ଘମିତ୍ରା ପଟ୍ଟନାୟକ, ଚାରୁଲତା ସିଂ, ଡଃ ପୁଷ୍ପାଞ୍ଜଳି ବେହେରା, ମଧୁସ୍ମିତା ମହାନ୍ତି, ସନ୍ତୋଷ କୁମାର ସ୍ବାଇଁ, ଅତିଥି ଭାବେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକ, ଦୋଳଗୋବିନ୍ଦ ସାହୁ, ଜଗନ୍ନାଥ ପଣ୍ଡା, ପ୍ରସନ୍ନ ନନ୍ଦ,ଅନୁପ ପଟ୍ଟନାୟକ, ଞ୍ଜାନ ରଞ୍ଜନ ଧଳ ପ୍ରମୁଖ ଭାରତୀ ତ୍ରିପାଠୀଙ୍କ ଗୁଣଗାନ କରିଥିଲେ। ବିଦ୍ୟାଳୟ ତରଫରୁ ଶ୍ରୀମତୀ ଭାରତୀ ତ୍ରିପାଠୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ବରିଷ୍ଠ ଶିକ୍ଷକ ନନ୍ଦନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.