ସେବା ସମିତି ସମ୍ପାଦକଙ୍କ ମନମାନୀ ଯୋଗୁ ଫସଲ ବୀମାରୁ ବଞ୍ଚିତ ଚାଷୀ

ବାଙ୍କୀ, (ନାଗରାଜ ନ୍ୟୁଜ ): ସୋସାଇଟି ସମ୍ପାଦକଙ୍କ ମାନମାନି ଯୋଗୁ ବଳି ପଡୁଛନ୍ତି ଚାଷୀ । ସୋସାଇଟିରେ ସଭ୍ୟ ଥାଇ ମଧ୍ୟ ଫସଲବୀମାରୁ ବଞ୍ଚିତ ହେଉଛନ୍ତି ଚାଷୀ । ଏନେଇ ସମ୍ପାଦକଙ୍କ ନାମରେ ଅଭିଯୋଗ କରିଛନ୍ତି ଚାଷୀ । ଚାଷୀଙ୍କ କହିବା କଥା ଅନୁସାରେ ଆରଟିଆଇ ମାଗିଲେ ବି ମିଳୁନି ତଥ୍ୟ । ଯାହାକି ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ପାଇବାରୁ ବଞ୍ଚିତ ହେଉଛନ୍ତି ଚାଷୀ । ଏନେଇ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କୈାଣସି ଫଳାଫଳ ମିଳିନାହିଁ । ଏଭଳି ଘଟଣା ବାଙ୍କୀ ରାଜୀବ ସେବା ସମବାୟ ସମିତରେ ଦେଖିବାକୁ ମିଳିଛି । ଜଣେ ଚାଷୀଙ୍କ ଅଭିଯୋଗ ଅନୁଯାୟୀ ସେ ପ୍ରତିବର୍ଷ ବାପାଙ୍କ ଅମଳରୁ ପାଞ୍ଚ ଏକର ଜମିର ଫସଲବୀମା କରି ଆସୁଥିଲେ ।

ହେଲେ ଚଳିତ ବର୍ଷ ଫସଲବୀମା ସମ୍ପାଦକ ନକରିବାରୁ ଦେଖାଦେଇଛି ଅସନ୍ତୋଷ । ଏଭଳି ଅନେକ ଚାଷୀ ବାଦ ପଡୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏନେଇ ସମିତି ସମ୍ପାଦକଙ୍କୁ ପଚାରିବାରୁ ସେ କୈାଣସି ସନ୍ତୋଷ ଜନକ ଉତ୍ତର ନ ଦେବାରୁ ନ୍ୟାୟ ପାଇବା ପାଇଁ ଗଣମାଧ୍ୟମର ଦ୍ୱାରସ୍ଥ ହୋଇଛନ୍ତି ଚାଷୀ । ଯଥାଶୀଘ୍ର ଉପରିସ୍ଥ ଅଧିକାରୀ ଏହାର ବିଚାର ନକଲେ ଅଗାମି ଦିନରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ।

Leave a Reply

Your email address will not be published.