କୃଷକ ତାଲିମ ଶିବିର ଅନୁଷ୍ଠିତ

ବାଙ୍କୀ: କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ବାଙ୍କୀ ଓ ଡମପଡା ଦୁଇଟି ବ୍ଲକର ଚାଷୀମାନଙ୍କୁ ନେଇ ସ୍ଥାନୀୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ଥରୀୟ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ବାଙ୍କୀର କୃଷି ଅଧିକାରୀ ଶୁଭାରମ୍ଭ କରିଛନ୍ତି । ଏଥିରେ ବାଙ୍କୀ ଅଞ୍ଚଳର କୃଷକମାନେ ଯୋଗଦେଇ କୃଷି ତଥା ଚାଷ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ, ମୃତ୍ତିକା ସଂରକ୍ଷଣ ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ବିଷୟରେ ଚାଷୀଙ୍କୁ ତାଲିମ ଦିଆଯାଇଛି । ଏହା ଦ୍ୱାରା ଚାଷୀ ଚାଷକୁ ଆଗେଇନେବା ହେଉଛି ଏହି ଶିବିରର ଲକ୍ଷ୍ୟ । ଏହା ଚାଷୀଙ୍କୁ ପ୍ରେରଣା ଯୋଗାଇବାରେ ସହାୟକ ହେବ ଓ ଚାଷକୁ ଆଗେଇ ନେବାପାଇଁ ଏହାର ଆବଶ୍ୟକତା ରହିଛି ବୋଲି ସୂଚନା ଦେଇଛନ୍ତି କୃଷି ଅଧିକାରୀ । ଏହି ଶିବିର ସାତ ଦିନ ଧରି ଚାଲିବ । ବାଙ୍କୀର ବିଭିନ୍ନ ଅଞ୍ଚଳର ଚାଷୀମାନେଏହି ଶିବିରରେ ଯୋଗଦେଇ ତାଲିମ ନେବାର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published.