ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ସେରଗଡ ଟୋଲ୍ ଗେଟ୍ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାରମ୍ବାର ଏଭଳି ସଡ଼କ ଦୁର୍ଘଟଣା ଘଟୁଛି, ଏଥିପାଇଁ ଦାୟୀ କିଏ ? ବାଲେଶ୍ଵର ଠାରୁ ଭଦ୍ରକ ପର୍ଯ୍ୟନ୍ତ କାମ କରୁଥିବା ଠିକା ସଂସ୍ଥା ଗତ ୨୦୧୯ ମସିହା ଠାରୁ କାର୍ଯ୍ୟ ଆରମ୍ଭ କରିଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ସରୁନାହିଁ କି ଦୁର୍ଘଟଣା କମୁ ନାହିଁ । ଗୋଟିଏ ପଟରେ ଯିବା ଆସିବା ହେଉଥିବାରୁ ଅନେକ ସମୟରେ ଏହିଳି ବହୁ ଦୁର୍ଘଟଣା ଘଟି ବିନା କାରଣରେ ନିରୀହ ଲୋକଙ୍କ ପ୍ରାଣ ଚାଲିଯାଉଛି । ତେବେ ଏଠି ପ୍ରଶ୍ନ ଉଠେ କେବେ ସରିବ ଜାତୀୟ ରାଜପଥ କାମ ଏବଂ କାମ ସରିବା ବେଳକୁ ଆଉ କେତେ ନୀରିହ ଲୋକଙ୍କ ଜୀବନ ଜୀବ ? ଯାହା ସାଧାରଣ ଜନତାଙ୍କ ମନରେ ଉଠିଛି ପ୍ରଶ୍ନ । ତୁରନ୍ତ କାର୍ଯ୍ୟ ଶେଷ ପାଇଁ ପଥଚାରୀ ତଥା ଅଞ୍ଚଳବାସୀଙ୍କ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି । ମୃତ ବ୍ଯକ୍ତିର ପରିଚୟ ଓ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନାହିଁ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.