ହାତୀ ଉପଦ୍ରବ ନେଇ ଚିନ୍ତାରେ ଚାଷୀ

କଟକ, (ନାଗରାଜ ନ୍ୟୁଜ ): ଗତ କିଛିଦିନ ହେବ ଟାଙ୍ଗୀ ଚୌଦ୍ଵାର ବ୍ଲକର ବିଭିନ୍ନ ପଞ୍ଚାୟତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବ୍ଲକର ସଫା କରଞ୍ଜି ମଙ୍ଗରାଜ ପୁର ଓ ମହିଂସାଲଣ୍ଡା ଆଦି ପଞ୍ଚାୟତରେ ଥିବା ଧାନ କ୍ଷେତକୁ ୧୭ ଟିକିଆ ହାତୀପଲ ପସି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଟକ ବନଖଣ୍ଡ ଡାଲି ଯୋଡା ରେଞ୍ଜର ବିଭିନ୍ନ ଜଙ୍ଗଲରୁ ହାତୀପଲ ଆସି ଅମଳ ହେବାକୁ ଥିବା ଫସଲ ନଷ୍ଟ କରୁଛନ୍ତି ।

ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ପରେ ଧାନରେ ଚକଡା ପୋକ ଲାଗି ଧାନଗଛ ନଷ୍ଟ ହେଉଥିବା ବେଳେ ଏବେ ଯାହାକିଛି ଫସଲ ଅମଳ ଲାଗି ବାକି ଅଛି ତାହା ହାତୀ ପେଟକୁ ଚାଲିଯାଉଛି । ଏହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସହ ଏ ସଂକ୍ରାନ୍ତରେ ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଯଦି ହାତୀର ଗତିବିଧି ଉପରେ ସଠିକ ନଜର ରଖାଯାଇ ହାତୀ କେଉଁ ଦିଗକୁ ଯାଉଛି ଏ ସମ୍ବନ୍ଧରେ ଚାଷୀମାନଙ୍କୁ ଜଣାଇଲେ ହାତୀ ଘଉଡାଇବାରେ ଚାଷୀମାନେ ସହଯୋଗ କରିବେ ବୋଲି କହିଛନ୍ତି । କ୍ଷତି ହୋଇଥିବା ଫସଲର ସଠିକ ଆକଳନ କରି ବନ ବିଭାଗ କ୍ଷତିପୂରଣ ଦେବାକୁ ଚାଷୀମାନେ ନିବେଦନ କରିଛନ୍ତି ।

Leave a Reply

Your email address will not be published.