ସ୍ନେହଲତା ଆପାର୍ଟମେଣ୍ଟର ତୃତୀୟ ମହଲାରେ ଅଗ୍ନିକାଣ୍ଡ

କଟକ, (ନାଗରାଜ ନ୍ୟୁଜ): ବାଦାମବାଡ଼ି ବିକାଶ ଭବନ ନିକଟରେ ଥିବା ସ୍ନେହଲତା ଆପାର୍ଟମେଣ୍ଟର ତୃତୀୟ ମହଲାରେ ଲାଗିଛି ନିଆଁ । ନିଆଁ ଲାଗିଥିବା ଘର ବାହାରୁ ତାଲା ପଡିଥିବା ଜଣାପଡିଛି । ଏପଟେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ଜଣାପଡିନାହିଁ । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା କଥା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ୟ୍ୟ ଜାରୀ ରହିଛି ।

Leave a Reply

Your email address will not be published.