ବନବିଭାଗ ତରଫରୁ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ବନବିଭାଗ ତରଫରୁ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଢେଙ୍କାନାଳ ଜିଲ୍ଲା କପିଳାସ ବନବିଭାଗ ତରଫରୁ ଗାଁ ଗାଁ ବୁଲି ଲୋକଙ୍କୁ ଜଙ୍ଗଲରେ କିପରି ନିଆଁ ନଲଗାଇବା ଏବଂ ଜଙ୍ଗଲ କିପରି ସୁରକ୍ଷିତ ରହିବ ସେଥିନିମନ୍ତେ ଗୀତ ଓ ସ୍ଲୋଗାନ ଜରିଆରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । କାରଣ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଗ୍ରୀଷ୍ମ କାଳରେ ପ୍ରଚଣ୍ଡ ଗରମ ହୁଏ । ଜଙ୍ଗଲର ଛୋଟ ଛୋଟ ଗଛ ଗୁଡିକ ଜଳିଯାଏ ଏବଂ ବାନ୍ୟଜନ୍ତୁଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ବନବିଭାଗ ସେଥିପାଇଁ ବିଭିନ୍ନ ଶୈଳୀରେ ଲୋକଙ୍କୁ ପାଖରେ ସଚେତନତାର ବାର୍ତା ପହଞ୍ଚାଉଛି । ଏବଂ ଏହି ପ୍ରୟାସ ଗ୍ରୀଷ୍ମ କଳା ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି ।

Leave a Reply

Your email address will not be published.