ପ୍ରଥମ ପଞ୍ଚକ

କଟକ,(ନାଗରାଜ ନ୍ୟୁଜ): ଆଜି ହେଉଛି ପ୍ରଥମ ପଞ୍ଚକ। ସେଥିପାଇଁ ରାତି ୩ ଟାରୁ ପହଡ଼ ଖୋଲାଯାଇ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି କରାଯିବା ପରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ଦ୍ବାର ଫିଟାଯାଇଥିଲା। ଚଳିତ ବର୍ଷ ଚର୍ମ ଚକ୍ଷୁରେ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁମାନେ। ଧବଳେଶ୍ଵର ଆସୁଥିବା ଶ୍ରଦ୍ଧାଳୁଓ କାର୍ତ୍ତିକ ବ୍ରତଧାରୀ ମାନେ ମୂଖ୍ୟ ରାସ୍ତା କଡରେ ଧବଳେଶ୍ଵରଙ୍କ ଫାଟକ ପାଖରେ ପରଦାରେ ଦର୍ଶନ କରୁଛନ୍ତି। ଶ୍ରଦ୍ଧାଳୁମାନଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। -ଧବଳେଶ୍ଵର ଙ୍କ ପୀଠରେ ୧୪୪ ଧାରା ଲାଗିଛି, ଅନ୍ୟପଟେ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଜାଇଛି, ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ପୋଲିଶ ସହ ୬ ଜଣ sdpo,12 iic ନିୟୋଜିତ ଥିବା କଟକ ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି .

Leave a Reply

Your email address will not be published.