ଲୋକସଂସ୍କୃତି ଏକାଡେମୀ ଉଦଘାଟିତ

ପୁରୀ,(ନାଗରାଜ ନ୍ୟୁଜ): ମହାପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳୀୟ ସଂସ୍କୃତି ର ପ୍ରତୀକ, ପ୍ରେରଣା ଓ ମାର୍ଗଦର୍ଶକ। ଶ୍ରୀକ୍ଷେତ୍ର ର ପବିତ୍ର ମାଟିରୁ ଲୋକସଂସ୍କୃତି ର ଏହି ପବିତ୍ର ଯାତ୍ରା ନିଶ୍ଚୟ ସଫଳତା ପାଇବ ବୋଲି କହିଛନ୍ତି ଦୈନିକ ଖବରକାଗଜ”ସକାଳ”ର ପ୍ରକାଶକ ଓ ବିଜେଡି ଗଣମାଧ୍ୟମ ର ପ୍ରବକ୍ତା ଅମିତ୍ ମଲ୍ଲିକ। ପୁରୀ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଲୋକସଂସ୍କୃତି ଏକାଡେମୀ ଓଡ଼ିଶା ର ରାଜ୍ୟସ୍ତରୀୟ ଲୋକକଳା ପୁରୋଧା ସମାବେଶ କୁ ଉଦଘାଟନ କରି ଶ୍ରୀମଲ୍ଲିକ,ଲୋକସଂସ୍କୃତି କଳାକାରମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସେମାନଙ୍କ ସମସ୍ୟା,ମୃତ କଳାକାରମାନଙ୍କ ପରିବାର କୁ ଭତ୍ତାପ୍ରଦାନ ବିଶେଷତଃ ଅବଲୁପ୍ତ କଳାର ପୁନରୁଦ୍ଧାର ପାଇଁ ଏକାଡେମୀ ର କର୍ମକର୍ତ୍ତା ଓ ସରକାର ଖୁବଶୀଘ୍ର ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କୃଷ୍ଣଚନ୍ଦ୍ର ନିଶଙ୍କଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଉତ୍ସବ ଦାସ ମୁଖ୍ୟବକ୍ତା, ଶ୍ରୀଜଗନ୍ନାଥ ମନ୍ଦିର ର ସୁରକ୍ଷା ପ୍ରଶାସକ ଭିଏସ୍.ଚନ୍ଦ୍ରଶେଖର ରାଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପ୍ରଫେସର ଅଜୟ ମିଶ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ଗୀତିକାର ବଦ୍ରି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନ୍ଦୋଳନ ନୁହେଁ, ସରକାରଙ୍କ ଠାରେ ନିବେଦନ ମାଧ୍ୟମରେ ଏକାଡେମୀ ଦାବି ପୂରଣ କରିବା ବୋଲି ମତବ୍ୟକ୍ତ ଥିଲେ।

ଏକାଡେମୀ ର ସଂପାଦକ ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ପରିଚାଳନା ରେ ୩୦ଟି ଜିଲ୍ଲାର ୧୫୦ଜଣ ପୁରୋଧାଙ୍କୁ ନେଇ ଅନୁଷ୍ଠିତ ଏହି ଅଧିବେଶନରେ ପ୍ରତାପ ସାହାଣୀ,, ସୁରେନ୍ଦ୍ର ନାଥ ସାମନ୍ତରାୟ,,ରଞ୍ଜନ କୁମାର ସାହୁ, ଅଭିମନ୍ୟୁ ନାୟକ, ଗୁପ୍ତ ପ୍ରସାଦ ପାଣିଗ୍ରାହୀ, ଜ୍ୟୋତି ରଂଜନ ବାରିକ୍, ଜଗଦୀଶ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ମଲ୍ଲିକ, ଗୋପାଳ ଚନ୍ଦ୍ର ପ୍ରଧାନ ଓ ଦେବାଶିଷ ସାମଲ ଲୋକସଂସ୍ଖୃତି ର ସୁରକ୍ଷା ଓ ବିକାଶ ଉପରେ ମନ୍ତବ୍ୟ ରଖିଥିଲେ। ତିନୋଟି ଅଧିବେସନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପରିଚାଳନା ରେ ବସନ୍ତ କୁମାର ପ୍ରଧାନ ଓ ଶ୍ୟାମପ୍ରକାଶ ସେନାପତି ସହଯୋଗ କରିଥିବାବେଳେ, କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମନୋଜ ମନ୍ମୟ। ଲୋକ ସଂସ୍କୃତି ଏକାଡେମୀ, ଓଡ଼ିଶା ର ସମସ୍ୟା ନେଇ ଖୁବ୍ ଶୀଘ୍ର ଏକ ପ୍ରତନିଧି ଦଳ, ସରକାରଙ୍କୁ ଭେଟିବି ବୋଲି ସଂପାଦକ-ପ୍ରଫୁଲ କୁମାର ସାମନ୍ତରାୟ ଜଣାଇଛନ୍ତି।

Leave a Reply

Your email address will not be published.