ଢେଙ୍କାନାଳ ଟାଉନ୍ କ୍ଲବ୍ ପକ୍ଷରୁ ଫୁଟବଲ ଏକାଡେମୀ ଗଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଟାଉନ୍ କ୍ଲବ୍ ତରଫରୁ ଫୁଟବଲ ଏକାଡେମୀ ଗଠିତ ହୋଇଛି । ୧୨-୧୮ ବର୍ଷର ଯୁବଗୋଷ୍ଠୀ ମଧ୍ୟରୁ ୪୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କୁ ଫୁଟବଲ ଏକାଡେମୀରେ ଅନ୍ତର୍ଭୁକ୍ତ କରାଯାଇଛି । ଖେଳାଳୀମାନଙ୍କୁ ନିୟମିତ ଅଭ୍ୟାସ ଓ କୋଚିଂ ଦିଆଯିବ । ଫୁଟବଲ ଖେଳକୁ ନେଇ ବଡ ବଡ ପ୍ରତିଯୋଗିତା ଆୟୋଜନ କରାଯାଇ ସାମିଲ କରାଯିବ । ଏହାଦ୍ୱାରା ଢେଙ୍କାନାଳ ଖେଳାଳୀଙ୍କ ପ୍ରତିଭାର ବିକଶିତ ହୋଇପାରିବ ବୋଲି ଏକାଡେମୀ ତରଫରୁ କୁହାଯାଇଛି । ଏଭଳି ଅଭିନବ ପ୍ରୟାସକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ରବିବାର ଢେଙ୍କାନାଳ ଷ୍ଟାଡିୟମ ପରିସରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ଟାଉନ୍ କ୍ଲବ୍ର ସଭାପତି ନବିନ ଚନ୍ଦ୍ର ନାରାୟଣ ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ସଂଗଠନର ଯୁଗ୍ମସଂପାଦକ ପ୍ରଦୀପ୍ତ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ଲବ୍ର ବରିଷ୍ଠ ସଦସ୍ୟ ଅଭିଜିତ ମିଶ୍ର, ଅସିମ ଦାସ, ସଞ୍ଜିତ ତ୍ରିପାଠୀ, ଶୁଭ୍ରାଂଶୁ ଦଳେଇ, ଶିବସାଇ ମହାପାତ୍ର, ସନ୍ଦୀପ ରାଉତ, ପ୍ରଶାନ୍ତ ନାୟକ, ରାଜେନ୍ଦ୍ର ଦାସ, ଲୋକନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟବଲ ଏକାଡେମୀରେ କୋଚ୍ ଭାବେ ରାମକୃଷ୍ଣ ବେହେରା, ଇସମାଇଲ ଏବଂ ଜୟନ୍ତୀ ବେହେରା ନିଯୁକ୍ତ ହୋଇଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.