ଜଙ୍ଗଲ ନିଆଁ ନ ଲଗାଇବା ନେଇ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପାଟଣାଗଡ଼ ବାକୋଡ ଜଙ୍ଗଲରେ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଖରାଦିନରେ ଜଙ୍ଗଲରେ ନିଆଁ ଲାଗିଥାଏ । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବାରେ ଲାଗୁଛି । ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଜଙ୍ଗଲ ହ୍ରାସର ଏକ ମୁଖ୍ୟ କାରଣ । ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପାଢେଲ ସର୍କଲ ବନବିଭାଗ ପକ୍ଷରୁ ଜଙ୍ଗଲ ତଳି ଗାଁ ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟ ମାଧ୍ୟମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଦଣ୍ଡ ନୃତ୍ୟ ଗୀତ ମାଧ୍ୟମରେ ଲୋକଙ୍କୁୁୁ ସଚେତନତା କରାଯାଇଥିଲା । ପାଟଣାଗଡ଼ ବନାଞ୍ଚଳ ପାଢେଲ ସେକସନ ବନବିଭାଗ ଫରେଷ୍ଟର ସତ୍ୟବାନ ମାଝୀଙ୍କ ନେତୃତ୍ବରେ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଦାବମାଳ,ରେଙ୍ଗାଲଜୁରୀ, ଘଗରା, ଟେଙ୍ଗରାପଥର ଆଦି ବିଭିନ୍ନ ଗ୍ରାମକୁ ଯାଇ ଜଙ୍ଗଲ ନିଆଁ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଥିଲା ।

ଜଙ୍ଗଲ ନିଆଁ ଲଗାଇ ଦେବାରୁ ଔଷଧୀୟ ଗଛ, ବନଜାତ ଗଛ ତଥା ମହୁଲ ଗଛ, ଚାର ଗଛ , କେନ୍ଦୁ , ହରଡା , ବାହାଡା ଓ ଅଁଳା ଭଳି ଅନେକ ଦୂର୍ଲଭ ଗଛ ନଷ୍ଟ ହେଉଛି । ତେଣୁ ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଫରେଷ୍ଟର ଅନୁରୋଧ କରିବା ସହ ଆସନ୍ତୁ ଆମେ ସମସ୍ତେ ମିଳି ମିଶି ଶପଥ ନେବା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ବୋଲି ପରାମର୍ଶ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ତରଭାର ସୁନାମଧନ୍ୟ ଘୁଡୁକା କଲାକାର ବଡସାନଙ୍କ ଗ୍ରୃପ ଦଣ୍ଡ ନୃତ୍ୟ ଗୀତ ମାଧ୍ୟମରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ । ପାଢ଼େଲ ବନବିଭାଗ ସର୍କଲ ବଳପାଳ ମଞ୍ଜୁ କୁମ୍ଭାର ଯୋଗଦେଇ ଜଙ୍ଗଲରେ କେଉଁ କାରଣରୁ ନିଆଁ ଲାଗି ଥାଏ ସେହି ସମ୍ପର୍କରେ ସୂଚନା ଦେବା ସହ ଆମେ କିଭଳି ନିଜ ସମସ୍ତେ ମିଶି ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିପାରିବା, ବିଶେଷ କରି ମହୁଲ ଗୋଟାଇ ଶୁଖିଲା ପତ୍ରକୁ ଗୋଟିଏ ସ୍ଥାନରେ ସଂଗ୍ରହ କରି ପୋଡି ନିଆଁକୁ ଲିଭାଇ ଘରକୁ ଆସିବା ବୋଲି କହିଥିଲେ । ଏଥିରେ ବନପାଳ ସ୍ଵର୍ଣ୍ଣଲତା ଭୋଇଙ୍କ ସମେତ ସମସ୍ତ ବନକର୍ମଚାରୀ ଓ ଫାୟାର ସ୍ବାର୍ଡ କର୍ମୀ ଯୋଗଦେଇଥିଲେ ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.