ନନ୍ଦନକାନନ ପରିଦର୍ଶନରେ ଜଙ୍ଗଲ ମନ୍ତ୍ରୀ

ବାରଙ୍ଗ,(ନାଗରାଜ ନ୍ୟୁଜ): ମଙ୍ଗଳବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରଥମ ପରିଦର୍ଶନରେ ଆସିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ମନ୍ତ୍ରୀଙ୍କ ସହିତ ଥିଲେ ପିସିସିଏଫ୍ ସୁନିଲ କୁମାର ପୋପଲି। ପ୍ରଥମେ ନନ୍ଦନକାନନ ଗେଷ୍ଟହାଉସରେ ନନ୍ଦନକାନନ ନିର୍ଦ୍ଦେଶକ ଡ ମନୋଜ ଭି ନାୟର, ଉପନିର୍ଦ୍ଦେଶକ ଡ ସଂଜିତ କୁମାର,ଏସିଂଫ ଡ ରଶ୍ମି ରଞ୍ଜନ ସ୍ଵାଇଁ, ଏସିଏଫ୍ ଡ ଶରତ କୁମାର ସାହୁ, ଜନ୍ତୁ ବିଭାଗ ରେଞ୍ଜ ଅଫିସର ଡ ସୁଦିପ୍ତ କୁମାର ପଣ୍ଡାଙ୍କ ସମେତ ଅଧିକାରୀ କର୍ମଚାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲ । ପରେ ବିହଙ୍ଗ ବିହାର ହିମାଳୟ ଭାଲୁ , କୋକିସିଆଳି, କଲରା ପତରିଆ ବାଘ ଖୁଆଡ ପରିଦର୍ଶନ କରିଥିଲେ । ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଯାଇ ସେଠାରେ ଲାବ୍ରୋଟର ବା ପରୀକ୍ଷା ଗାର ଓ ଔଷଧ ଭଣ୍ଡାର ଘର ପରିଦର୍ଶନ କରି ଚିକିତ୍ସା ଉପକରଣ ଓ ପଦ୍ଧତି ସମ୍ପର୍କରେ ଚିକିତ୍ସକ ମାନଙ୍କ ଠାରୁ ବୁଝିଥିଲେ। ସେଠାରୁ ଯାଇ ବଜ୍ରକାପ୍ତା ପ୍ରଜନ କେନ୍ଦ୍ର ପରିଦର୍ଶନ କରିବା ପରେ ନିକଟରେ ଥିବା ଏକ ବର୍ଷର ବାଘ ଓ ସିଂହ ଛୁଆଙ୍କ ପାଖକୁ ଯାଇ ଦେଖିବା ସହ ସେମାନଙ୍କ ବିଷୟରେ କର୍ମଚାରୀ ମାନଙ୍କୁ ପଚାରି ବୁଝି ଥିଲେ। ସେଠାରେ ବିଭିନ୍ନ ଜୀବନ ଜନ୍ତୁ ଖୁଆଡ ବୁଲି ଦେଖିଲେ । କର୍ମଚାରୀମାନେ କହିଥିଲେ ମା ଯତ୍ନ ଅଭାବରୁ ଜନ୍ମ ବେଳ ଠାରୁ ଅଲଗା କରି ରଖି ବଡ କରାଯାଇ ଏକ ବର୍ଷର କରାଯାଇଛି। ଧଳା ବାଘ ଛୁଆର ନାମ ହିମାଂସି ଓ ସିଂହ ଛୁଆ ବର୍ଷା ଦିନରେ ଜନ୍ମ ଲାଭ କରିଥିବାରୁ ତା ନାମ ବର୍ଷା ରଖାଯାଇଛି। ବର୍ଷା ଓ ହିମାଂସିଙ୍କ ଲାଳନ ପାଳନ କରୁଥିବା ଜନ୍ତୁ ରକ୍ଷାକ ପ୍ରଶାନ୍ତ ଗୌଡଙ୍କ ସହ ଖୋଳକୁଦ ଦେଖି ଖୁସି ମନ୍ତ୍ରୀ ଓ ସଚିବ ଖୁସି ହୋଇଥିଲେ ।

ଏହାପରେ ବାଘ, ସିଂହ, ଜିରାଫ, ସଫାରୀ ବସ ଟିକେଟ ଘର, ସରୀସୃପ ଉଦ୍ୟାନ, ନିର୍ମାଣାଧିନ ମାଙ୍କଡ ଖୁଆଡ, ଓଟପକ୍ଷୀ ଓ ଏମୁପକ୍ଷୀ ଖୁଆଡ ପରିଦର୍ଶନ କରିବା ପରେ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇଥିଲେ। ସେଠାରେ ସଫେଇ ଚାଲିଥିବା କିଆଖଣି ହ୍ରଦ ଓ କାଞ୍ଜିଆ ହ୍ରଦ ନିରିକ୍ଷଣ କରିବା ପରେ ବିଭିନ୍ନ ଉଦ୍ୟାନ, ଭୋଜି ସ୍ଥଳୀ, ଭୋଜି କୂଟୀର ଓ ଶଗୁଣା ପ୍ରଜନନ କେନ୍ଦ୍ର ପରିଦର୍ଶନ କରିବା ପରେ ପ୍ରତ୍ୟାବର୍ତ୍ତନ କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଲେ ନନ୍ଦନକାନନର ସମସ୍ତ ବ୍ୟବସ୍ଥା ଠିକ୍ ଅଛି। ବିଶ୍ଵସ୍ତରୀୟ କିରିବାକୁ ଯୋଜନା ଚାଲିଛି। ନନ୍ଦନକାନନର କଳେବର ବୃଦ୍ଧି ଲାଗି ସୀମାକୁ ଲାଗି ରହିଥିବା କୃଷ୍ଣ ନଗର ଓ ଚୂଡଙ୍ଗରୁ ଆଉ ୧୫ ସହ ଏକର ଜମି ସାମିଲ କରାଯାଇ ମୁକ୍ତ ଚିଡ଼ିଆଖାନା କରିବାକୁ ସ୍ଥିର ହୋଇଛି। ପ୍ରତି ବଦଳରେ ନନ୍ଦନକାନନକୁ ଅନ୍ୟାନ୍ୟ ଚିଡିଆଖାନାରୁ ଜୀବଜନ୍ତୁ ଆଣିବା ଲାଗି ଯୋଜନା ମଧ୍ୟ ଚାଲିଛି। କିଆଖଣି ଓ କାଞ୍ଜିଆର ସୁରକ୍ଷା ଲାଗି ସଠିକ ପଦକ୍ଷେପ ନେବା ଲାଗି ଯୋଜନା ଚାଲିଥିବା ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published.