ଅଜଣା ଗାଡ଼ି ଧକ୍କାରେ ପୂର୍ବତନ କାଉନସିଲରଙ୍କ ମୃତ୍ୟୁ 

ପୁରୀ, (ନାଗରାଜ ନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ପୂର୍ବତନ କାଉନସିଲରଙ୍କ ମୃତ୍ୟୁ ଘଟିଛି । ଖବର ନେବାରେ ଜଣା ପଡ଼ିଛିଯେ, ଟାଉନ ଥାନା ଅନ୍ତର୍ଗତ ତିଆଡ଼ି ସାହି ୮ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ରଞ୍ଜୁବାଳା ପଟ୍ଟନାୟକ ତାଙ୍କ ପୁତୁରା ସହ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀଙ୍କ ଦର୍ଶନ ନିମନ୍ତେ ଏକ ବାଇକ୍ ଯୋଗେ ଯାଉଥିଲେ । ବୀରଗୋବିନ୍ଦପୁର ନିକଟରେ ରାସ୍ତା ପାରି ହେଉଥିବା ସମୟରେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ରେଣୁବାଳା ଏବଂ ତାଙ୍କ ପୁତୁରା ବାଇକ୍ ସହ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁହିଁଙ୍କୁ ସତ୍ୟବାଦୀ ବଡ଼ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରେଣୁବାଳାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପୁତୁରାଙ୍କୁ ଭୁବନେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ସତ୍ୟବାଦୀ ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତ ଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

Leave a Reply

Your email address will not be published.