ପୂର୍ବତନ ମନ୍ତ୍ରୀ ସମୀର ଦେ ଅସୁସ୍ଥ

କଟକ,(ନାଗରାଜ ନ୍ୟୁଜ): ଓଡିଶା ବିଜେପିର ବରିଷ୍ଠ ନେତା,ପୂର୍ବତନ ମନ୍ତ୍ରୀ ତଥା କଟକର ଲୋକପ୍ରିୟ ନେତା ଶ୍ରୀ ସମୀର ଦେ ଅସୁସ୍ଥ ହୋଇ ବର୍ତମାନ କଲିକତାର ରବୀନ୍ଦ୍ର ନାଥ ଟାଗୋର ହସ୍ପିଟାଲ ରେ ଚିକିତ୍ସିତ ହେଉଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ଭାରତୀୟ ଜନତା ପାର୍ଟି କଟକ ନଗର ଶାଖା ତରଫରୁ କଟକ ଚଣ୍ଡୀ ମନ୍ଦିରରେ ଦ୍ବୀପ ଦାନ ଓ ସାମୂହିକ ପ୍ରାର୍ଥନା କରାଯାଇଥିଲା.ସମସ୍ତ କାର୍ଯ୍ୟକର୍ତା କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାମଧୂନ ଓ ମା ‘ଙ୍କ ଆରତୀ ଗାନ କରିଥିଲେ. ଶ୍ରୀ ନୟନ କିଶୋର ମହାନ୍ତି, ବିବେକାନନ୍ଦ ନାଏକ,ଗୀତା ଦାସ, ଦୁର୍ଯ୍ୟୋଧନ ଲେଙ୍କା,ବିଶ୍ୱରଞ୍ଜନ ମିଶ୍ର, ରତନ ମହାନ୍ତି, ମହମ୍ମଦ ସବିର,ସତ୍ୟବ୍ରତ ମିଶ୍ର,କାମାକ୍ଷା ମିଶ୍ର, ଜୟକୃଷ୍ଣ ସ୍ୱାଇଁ,ସତ୍ୟ ଦାସ, ଶରତ ସେଠି, ଶିବନାରାୟଣ ନାୟକ, ଦେବାଶିଷ ଘୋଷ, ଦୀପକ କାହାଳି, ଅମ୍ବିକା ଦାସ, ସବିତା ବେହେରା,ନମିତା ମିଶ୍ର,କଳ୍ପନା ବେହେରା, ମୀନକେତନ ଦାସ,ଶ୍ରୀନିବାସ ରେଡି , ଉଷା ପାତ୍ର, ମନୋରମା ରାଉତ, ପ୍ରଦୀପ ମହାରଣା,ସୁମିତ୍ରା ସ୍ୱାଇଁ, ଅମ୍ରିତ ଆଚାର୍ଯ୍ୟ, ରଶ୍ମି ମହାପାତ୍ର,ନରସିଂହ ସାହୁ,ସୌରଜିତ ଦେ,ଅନିଲ ଦଳେଇ, ଜୀବନଜ୍ୟୋତି ଦାସ ,ବିଶ୍ୱଜିତା ଜେନା,ଅପର୍ଣ୍ଣା ବୋଷ,ମାନସ ସାହୁ, ସୌମିତ୍ର ଦାଶ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

Leave a Reply

Your email address will not be published.